Latest Odisha News

‘ବିଶ୍ୱ ହୃଦୟ ଦିବସ’ରେ କଳିଙ୍ଗ ହସ୍ପିଟାଲ ପକ୍ଷରୁ ୱାକାଥନ୍ ଆୟୋଜିତ

ଭୁବନେଶ୍ୱର: ଭୁବନେଶ୍ୱରର କଳିଙ୍ଗ ହସ୍ପିଟାଲ ଲିମିଟେଡ୍ ପକ୍ଷରୁ ବିଶ୍ୱ ହୃଦୟ ଦିବସ ପାଳନ କରାଯିବା ସହ ଲୋକଙ୍କୁ ହୃଦୟ ସମ୍ବନ୍ଧୀୟ ରୋଗ ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ଏକ ୱାକାଥନ୍‌ ଆୟୋଜନ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ହୃଦୟକୁ ସୁସ୍ଥ ରଖିବା ପାଇଁ ଶାରିରୀକ ବ୍ୟାୟାମ ବିଷୟରେ ଗୁରୁତ୍ୱ ଦିଆଯାଇଥିଲା। ଏହି ପଦଯାତ୍ରାରେ ଡାକ୍ତର, ସ୍ୱାସ୍ଥ୍ୟସେବା କର୍ମଚାରୀ ଏବଂ ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ହସ୍ପିଟାଲ ପରିସରରୁ ସକାଳ ୬ଟାରୁ ପଦଯାତ୍ରା ଆରମ୍ଭ କରିଥିଲେ।

କଳିଙ୍ଗ ହସ୍ପିଟାଲ ଉଭୟ ବୟସ୍କ ଏବଂ ଶିଶୁଙ୍କ ଠାରେ ହୃଦ୍‌ରୋଗ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିଶୃତିବଦ୍ଧ ଏବଂ ସଚେତନତା ବୃଦ୍ଧି କରିବା ନିରାକରଣର ସର୍ବୋତ୍ତମ ଉପାୟ” ବୋଲି କହିଛନ୍ତି ନିଲାଞ୍ଜନା ମୁଖେର୍ଜୀ, କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶିକା, କଳିଙ୍ଗ ହସ୍ପିଟାଲ ଲିମିଟେଡ୍।

ସମାବେଶକୁ ସମ୍ବୋଧିତ କରି କଳିଙ୍ଗ ହସ୍ପିଟାଲ୍ ଲିମିଟେଡ୍ ର ଚେୟାରମ୍ୟାନ ଡା. ଶୀତକଣ୍ଠ ଦାଶ କହିଛନ୍ତି, ସାରା ବିଶ୍ୱରେ ଏବେ ହୃଦଘାତରେ ମୃତ୍ୟୁ ଏକ ପ୍ରମୁଖ କାରଣ। ଏହି ପରି ଜନସଚେତନ କର୍ଯ୍ୟକ୍ରମ ଦ୍ୱରା ହିଁ ଲୋକମାନେ ନିଜ ହୃଦୟ ତଥା ଓ ସ୍ୱାସ୍ଥ୍ୟ ପାଇଁ ଯତ୍ନବାନ ହେବେ। ଚାଲିବା ତଥା ଅନ୍ୟାନ୍ୟ ଶାରିରୀକ ବ୍ୟାୟାମ୍ ଯୋଗେ ହୃଦ୍‌ଘାତର ସମ୍ଭାବନାକୁ ଏଡାଇ ଦିଆଯାଇପାରିବ।

ଏହି ୱାକାଥନ୍ ଇଭେଣ୍ଟ, କଳିଙ୍ଗ ହସ୍ପିଟାଲ ଏବଂ ସ୍ଥାନୀୟ ଜନତାଙ୍କୁୁ ଏକତ୍ର କରି ଏକ ସୁସ୍ଥ ସମାଜ ଗଠନ କରିବା ପାଇଁ ପ୍ରୟାସ । ଏହି ୱାକାଥନ୍‌ରେ କଳିଙ୍ଗ ହସ୍ପିଟାଲର ବରିଷ୍ଠ ହୃଦ୍‌ରୋଗ ବିଶେଷଜ୍ଞ ଡା. ସୁଦିପ୍ତ ଆଚାର୍ଯ୍ୟ, ଡା. ଶୁଶାନ୍ତ ଶୈଳ ଏବଂ କାର୍ଡିଆକ୍ ସର୍ଜନ ଡା. ପଙ୍କଜ କୁମାର ମିଶ୍ର, ଡା. ଶୁଶାନ୍ତ କୁମାର ପାତ୍ର ଯୋଗ ଦେଇ ଉଦ୍‌ବୋଧନ ଦେଇଥିଲେ ।

କଳିଙ୍ଗ ହସ୍ପିଟାଲ ସୁପରିଟେଣ୍ଡେଣ୍ଟ୍ ଡାକ୍ତର ପି. କେ. ମିଶ୍ର କହିଛନ୍ତି, “ବ୍ୟାୟାମ କେବଳ ଫିଟ୍ ରହିବା ପାଇଁ ନୁହେଁ, ବରଂ ହୃଦୟକୁ ମଜଭୂତ ରଖିବା ପାଇଁ ହୋଇଥାଏ ।

ସେହିଭଳି ୱାକାଥନ୍ ହେଉଛି ସମସ୍ତ ବର୍ଗର ଲୋକମାନଙ୍କୁ ସେମାନଙ୍କର ଦୈନନ୍ଦିନ ଜୀବନରେ ବ୍ୟାୟାମକୁ ଅନ୍ତର୍ଭୁକ୍ତ କରିବା ପାଇଁ ଏକ ମଜାଦାର ଉପାୟ ବୋଲି କହିଛନ୍ତି ଦେବୀ ପ୍ରସାଦ ନନ୍ଦ, ସିଓଓ, କଳିଙ୍ଗ ହସ୍ପିଟାଲ।

 

Leave A Reply

Your email address will not be published.