Latest Odisha News

ପ୍ରଥମ ଥର ପାଇଁ ଜମ୍ମୁକାଶ୍ମୀରରେ ସରକାର ଗଢିବ ବିଜେପି : ମୋଦୀ

ଶ୍ରୀନଗର: ଆସନ୍ତା ୧ ତାରିଖରେ ଜମ୍ମୁ କଶ୍ମୀରରେ ତୃତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି l ବାନ୍ଦୀପୋରା, କୁପବାଡା, ବାରାମୁଳା, ଉଦ୍ଧମପୁର, ଜାମ୍ମୁ, ସାଂବା ଏବଂ କାଠୁଆ ଜିଲ୍ଲାର ମୋଟ 40ଟି ଆସନରେ ମତଦାନ ହେବ l ଏହାରି ଭିତରେ ପ୍ରଧାନମନ୍ତ୍ରୀ ମୋଦି ଆଜି ଏମ ଷ୍ଟାଡିୟମରେ ଆୟୋଜିତ ନିର୍ବାଚନୀ ରାଲିରେ ଯୋଗ ଦେଇ ପାକିସ୍ତାନକୁ କଡା ଚେତାବନୀ ଦେବା ସହ ଜମ୍ମୁକାଶ୍ମୀରରେ ଏଥର ପ୍ରଥମ ଥର ପାଇଁ ବିଜେପି ସରକାର ଆସିବା ବୋଲି ଦାବି କରିଛନ୍ତି l

ମୋଦି କହିଛନ୍ତି ଯେ, ଜାମ୍ମୁ କାଶ୍ମୀରର ଲୋକମାନେ କଂଗ୍ରେସ, ପିଡିପି ଏବଂ ଜାତୀୟ ସମ୍ମିଳନୀର ତିନି ପିଢ଼ିକୁ ନେଇ ସମସ୍ୟାରେ ପଡିଛନ୍ତି। ଲୋକମାନେ ପୁନର୍ବାର ସମାନ ବ୍ୟବସ୍ଥା ଚାହୁଁ ନାହାଁନ୍ତି, ଯେଉଁଥିରେ ଦୁର୍ନୀତି, ଚାକିରିରେ ଭେଦଭାବ ରହିଛି। ଜାମ୍ମୁ କାଶ୍ମୀର ଲୋକ ଆତଙ୍କବାଦ ଏବଂ ରକ୍ତପାତ ଆଉ ଚାହାଁନ୍ତି ନାହିଁ। ଏଠାରେ ଏବେ ଲୋକମାନେ ନିଜ ପିଲାମାନଙ୍କ ପାଇଁ ଏକ ଭଲ ଭବିଷ୍ୟତ ଚାହୁଁଛନ୍ତି l ସେଥିପାଇଁ ଏଠାକାର ଲୋକ ବିଜେପି ସରକାର ଚାଁହୁଛନ୍ତି l ଉଭୟ ପର୍ଯ୍ୟାୟରେ ବିଜେପି ଏଠାରେ ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିଛି l ଏଠାରେ ଏଥର ବିଜେପି ପ୍ରଥମଥର ସରକାର ଗଠନ କରିବା ନିଶ୍ଚିତ ବୋଲି କହିଛନ୍ତି ମୋଦି ।

କାର୍ଯ୍ୟକ୍ରମରେ ମୋଦି ୨୦୧୬ର ସର୍ଜିକାଲ ଷ୍ଟ୍ରାଇକକୁ ମନେ ପକାଇ କହିଛନ୍ତି, ଆଜି ରାତିରେ ସର୍ଜିକାଲ ଷ୍ଟ୍ରାଇକ ହୋଇଥିଲା। ଭାରତ ବିଶ୍ୱକୁ କହିଥିଲା ଯେ, ଏହା ହେଉଛି ନୂଆ ଭାରତ, ଯିଏକି ବିନା ଡରରେ ଘରେ ପଶି ହତ୍ୟା କରିପାରୁଛି l ଆଜି ବି କଂଗ୍ରେସ ଏହି ପ୍ରସଙ୍ଗରେ ପାକିସ୍ତାନର ଭାଷା କହୁଛି। ଗତ ସପ୍ତାହରେ ମୁଁ ଜମ୍ମୁ କଶ୍ମୀରର ବିଭିନ୍ନ ସ୍ଥାନ ପରିଦର୍ଶନ କରିବାର ସୁଯୋଗ ପାଇଛି। ମୁଁ ଯେଉଁଆଡେ ଯାଏ, ସେଠାରେ ବିଜେପିକୁ ନେଇ ଅଦ୍ୱିତୀୟ ଉତ୍ସାହ ରହିଛି। ଜମ୍ମୁ ଅଞ୍ଚଳର ଲୋକଙ୍କ ପାଇଁ ଇତିହାସରେ ଏଭଳି ସୁଯୋଗ କେବେ ଆସିନାହିଁ, ଯାହା ଏହି ନିର୍ବାଚନରେ ଆସିଛି। ବର୍ତ୍ତମାନ ପ୍ରଥମ ଥର ପାଇଁ ଜମ୍ମୁ ଅଞ୍ଚଳର ଲୋକଙ୍କ ଇଚ୍ଛା ଅନୁଯାୟୀ ଏକ ସରକାର ଗଠନ ହେବାକୁ ଯାଉଛି।

 

Leave A Reply

Your email address will not be published.