Latest Odisha News

ଲେବାନନ ସୀମାରେ ପ୍ରବେଶ କଲା ଇସ୍ରାଏଲ ସେନା

ତେଲ ଅବୀବ: ଇସ୍ରାଏଲ ସେନା ଲେବାନନ ସୀମାରେ ପ୍ରବେଶ କରିଛି । ଫଳରେ ଏହା ଯୁଦ୍ଧ ରୂପ ନେବାକୁ ଯାଉଛି ବୋଲି ଆଶଙ୍କା ବ୍ୟକ୍ତ କରାଯାଇଛି । ଇସ୍ରାଏଲ ଡିଫେନ୍ସ ଫୋର୍ସ ପକ୍ଷରୁ କୁହାଯାଇଛି ସୋମବାର ବିଳମ୍ବିତ ରାତ୍ରରେ ଦକ୍ଷିଣ ଲେବାନନ ସୀମା ନିକଟରେ ଗ୍ରାଉଣ୍ଡ ଅପରେଶନ ଆରମ୍ଭ ହୋଇଛି । ଏହି ଗ୍ରାମଗୁଡିକୁ ଅସ୍ତ୍ର କରି ହିଜବୁଲ୍ଲାହ ଇସ୍ରାଏଲ ଉପରେ ଆକ୍ରମଣ କରିଥାଏ । ଆଇଡିଏଫର ଗ୍ରାଉଣ୍ଡ ସେନାକୁ ଏୟାରଫୋର୍ସ ସହଯୋଗ କରୁଛି । ଆମେରିକା ମଧ୍ୟ ଇସ୍ରାଏଲ ଏହି ପଦକ୍ଷେପକୁ ସମର୍ଥନ କରିଛି । ଆମେରିକାର ବିଦେଶ ମନ୍ତ୍ରୀ ଲୟଡ ଅଷ୍ଟିନ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଯଦି ଇରାନ କୌଣସି କାରଣବଶତଃ ଇସ୍ରାଏଲ ଉପରେ ଆକ୍ରମଣ କରେ ତେବେ ଗମ୍ଭୀର cପରିଣାମ ଭୋଗିବାକୁ ପଡିବ ।

୨୦୦୬ ପରେ ପ୍ରଥମ ଥର ପାଇଁ ଇସ୍ରାଏଲ ସେନା ଲେବାନନ ସୀମରେ ପ୍ରବେଶ କରିଛି । ହିଜବୁଲ୍ଲାହର ପ୍ରମୂଖ କମାଣ୍ଡର ସେ ସମୟରେ ଇସ୍ରାଏଲ ଓ ହିଜବୁଲ୍ଲାହ ମଧ୍ୟରେ ୩୩ ଦିନ ଧରି ସଂଘର୍ଷ ଲାଗିଥିଲା । ଲେବାନନ ୧୧୦୦ ଲୋକ ଓ ଇସ୍ରାଏଲର ୧୬୫ ଜଣ ମୃତ୍ୟୁବରଣ କରିଥିଲେ । ଇରାନ ପକ୍ଷରୁ ଏ ନେଇ କୌଣସି ବୟାନ ଜାରୀ କରାଯାଇ ନାହିଁ । ଇରାନ ହସ୍ତକ୍ଷେପ କଲେ ଏହି ସଂଘର୍ଷ ତୀବ୍ର ରୂପ ନେବ ବୋଲି ଆଶଙ୍କା କରାଯାଉଛି ।

Leave A Reply

Your email address will not be published.