Latest Odisha News

ଅପରେସନ ପରେ ମେଡିକାଲରୁ ଅଡିଓ ଜାରି କଲେ ଗୋବିନ୍ଦା…

ମୁମ୍ବାଇ: ଗୋଡରେ ଗୁଳି ବାଜିବା ପରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ବଲିଉଡ ଅଭିନେତା ତଥା ଶିବସେନା ନେତା ଗୋବିନ୍ଦା । ଅପରେସନ କରାଯାଇ ତାଙ୍କ ଗୋଡରୁ ଗୁଳି ବାହାର କରାଯାଇଥିବାବେଳେ, ମେଡିକାଲରୁ ପ୍ରଥମ ବୟାନ ତାଙ୍କର ସାମ୍ନାକୁ ଆସିଛି ।

ଗୋବିନ୍ଦା ଧୀର ସ୍ୱରରେ ନିଜର ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ‘ନମସ୍କାର, ପ୍ରଣାମ, ମୁଁ ଗୋବିନ୍ଦା, ଆପଣମାନଙ୍କ ଆଶୀର୍ବାଦ, ପିତାମାତାଙ୍କ ଆଶୀର୍ବାଦ ଏବଂ ଗୁରୁଙ୍କ କୃପା ହେତୁ ମୁଁ ଭଲ ଅଛି, ମୋ ଗୋଡରେ ଗୁଳି ବାଜିଥିଲା କିନ୍ତୁ ବର୍ତ୍ତମାନ ଏହାକୁ କାଢି ଦିଆଯାଇଛି । ମୁଁ ଏଠାକାର ସମ୍ମାନନୀୟ ଡାକ୍ତର ଅଗ୍ରୱାଲ ଜୀଙ୍କୁ ଙ୍କୁ ଧନ୍ୟବାଦ ଦେଉଛି, ଏବଂ ଆପଣଙ୍କ ପ୍ରାର୍ଥନା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ପ୍ରଣାମ’ ।

ସୂଚନା ମୁତାବକ, ଆଜି ସାକଳୁ ଗୋବିନ୍ଦା କୋଲକତା ଯିବା ପାଇଁ ବାହାରୁ ଥିବାବେଳେ, ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକ ସଫା କରୁଥିବାବେଳେ ଭୁଲବଶତଃ ଗୁଳି ଫୁଟିଥିଲା । ଏହି ଗୁଳି ତାଙ୍କ ଗୋଡରେ ବାଜିଥିଲା । ସେ ଏବେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ଅବସ୍ଥା ସ୍ଥିର ରହିଛି । ସେ ଏବେ ବିପଦ ମୁକ୍ତ ଥିବା ଥିବା ସୂଚନା ରହିଛି ।

Leave A Reply

Your email address will not be published.