Latest Odisha News

BREAKING NEWS

ଏପରି ଗାଁ, ଯେଉଁଠି ପ୍ରେମୀଯୁଗଳଙ୍କୁ ମିଳେ ଆଶ୍ରୟ, ପୋଲିସ ବି ଯାଇପାରେନି ଏହି ଗାଁ କୁ

ନୂଆଦିଲ୍ଲୀ: ଦୁନିଆରେ ପ୍ରେମକୁ ନେଇ ଅନେକ କିଛି ଘଟଣା ଶୁଣିବାକୁ ବା ପଢିବାକୁ ମିଳେ । ରୋମିଓ-ଜୁଲେଟ, ଲୈଲା-ମଜନୁ ପରି ଏପରି ଅନେକ ନାମ ରହିଛି ଯେଉଁମାନଙ୍କ ପ୍ରେମ ଆଜିବି ଅମର । କିନ୍ତୁ ଆପଣମାନେ ଜାଣିଛନ୍ତି କି ଆମ ଦେଶରେ ଏପରି ଏକ ଗାଁ ରହିଛି ଯେଉଁଠାକୁ ଦେଶ ବିଦେଶରୁ ଅନେକ ପ୍ରେମୀଯୁଗଳ ଆସିଥାଆନ୍ତି । ଏହି ଗାଁର ଲୋକମାନେ ସେହି ପ୍ରେମୀଯୁଗଳ ମାନଙ୍କର ଦେଖାଶୁଣା କରିବା ସହ ତାଙ୍କୁ ନିଜ ଗାଁରେ ଆଶ୍ରୟ ମଧ୍ୟ ଦେଇଥାଆନ୍ତି । ତେବେ ଆସନ୍ତୁ ଜାଣିବା ସେହି ଗାଁ ବିଷୟରେ…

ବାସ୍ତବରେ ଆମ ଦେଶ ଭାରତରେ ପ୍ରେମ ବିବାହକୁ ଆଜି ବି କିଛି ଲୋକ ନାପସନ୍ଦ କରନ୍ତି । ବହୁତ କ୍ଷେତ୍ରରେ ପ୍ରେମ ବିବାହକୁ ସିକୃତି ମିଳିନଥାଏ । କେବଳ ଏତିକି ନୁହେଁ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ପ୍ରେମ ବିବାହକୁ ପାପ ବୋଲି ମାନନ୍ତି । ଭାରତରେ ପ୍ରେମ ବିବାହରେ ଜାତି ଗତ ସମସ୍ୟାକୁ ନେଇ ଅଧିକ ବିବାଦ ମୁଣ୍ଡ ଟେକେ । ଏପରି ସମ୍ପର୍କକୁ ଅନେକ ଥର ସାମାଜିକ ପ୍ରତିବନ୍ଧକର ସାମ୍ନା କରିବାକୁ ପଡେ । ସେପଟେ ଦୁନିଆ ଅନେକ ଦେଶରେ ପ୍ରେମ ବିବାହ ଅତି ସାଧାରଣ କଥା ବୋଲି ମଧ୍ୟ ବିଶ୍ଵାସ କରାଯାଏ । ଯଦିଓ ଭାରତର ଅନେକ ସ୍ଥାନରେ ପ୍ରେମ ବିବାହକୁ ସହଜରେ ସ୍ଵିକୃତି ମିଳିଯାଉଛି ତେବେ ଏପରି କିଛି ପରିସ୍ଥିତି ଉପୁଜେ ପ୍ରେମୀଯୁଗଳ ବାଧ୍ୟ ହୋଇ ଘର, ପରିବାରକୁ ଛାଡି ଚାଲିଯାଇ ବିବାହ କରନ୍ତି । କିନ୍ତୁ ଘରୁ ପଳାୟନ କରିବା ପୂର୍ବରୁ ସେମାନେ ପ୍ରଥମେ ସୁରକ୍ଷିତ ଆଶ୍ରୟ ସ୍ଥଳ ଖୋଜନ୍ତି । କିନ୍ତୁ ଆଜି ଆମେ ଏପରି ଏକ ସ୍ଥାନ ବିଷୟରେ କହିବାକୁ ଯାଉଛୁ ଯେଉଁଠାକୁ ପ୍ରେମୀଯୁଗଳ ତାଙ୍କର ସବୁଠାରୁ ସୁରକ୍ଷିତ ଆଶ୍ରୟ ସ୍ଥଳ ଭାବରେ ବାଛିଥାଆନ୍ତି ।

ଭାରତର ହିମାଚଳ ପ୍ରଦେଶରେ ଏକ ଏପରି ଗ୍ରାମ ରହିଛି ଯେଉଁଠାକୁ ପ୍ରେମୀଯୁଗଳ ସେମାନଙ୍କର ସବୁଠାରୁ ସୁକ୍ଷିତ ଆଶ୍ରୟ ସ୍ଥଳ ଭାବିଥାଆନ୍ତି । ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାରେ ରହିଛି ସଂଗଚୁଲ ନାମକ ଏକ ଶୈବ ପୀଠ । ଦେଶ ବିଦେଶରୁ ଅନେକ ପ୍ରେମୀ ଯୁଗଳ ଏଠାକୁ ଆସନ୍ତି । ଏହି ମନ୍ଦିରକୁ ଆସିଥିବା ସମସ୍ତ ପ୍ରେମୀ ଯୁଗଳଙ୍କୁ ଆଶ୍ରୟ ଦେବା ସହ ଖାଦ୍ୟ ପାନୀୟର ସୁବିଧା ମଧ୍ୟ ଯୋଗାଇ ଦିଆଯାଏ । ଏହି ମନ୍ଦିରରେ ସେମାନେ ସମ୍ପୁର୍ଣ୍ଣ ସୁରକ୍ଷିତ ଭାବେ ରୁହନ୍ତି ବୋଲି କୁହାନ୍ତି ସେହି ଗ୍ରାମର ଗ୍ରାମବାସୀ । ବିଶ୍ଵାସ ରହିଛି ଯଦି ପ୍ରେମୀଯୁଗଳଙ୍କୁ ଏଠାରେ ଆଶ୍ରା ନମିଳେ ତେବେ ଭଗବାନ ଶିବ କ୍ରୋଧିତ ହୁଅନ୍ତି ।

ମାନ୍ୟତା ଅନୁସାରେ ଅଜ୍ଞାତ ବାସ ବେଳେ ପାଣ୍ଡବ ମାନେ ମଧ୍ୟ ଏହି ଗ୍ରାମରେ ଶରଣ ନେଇଥିଲେ । ସେତେବେଳେ ଲୋକ ମାନେ ତାଙ୍କୁ ଏହି ମନ୍ଦିରରେ ଲୁଚେଇ ରଖିଥିଲେ । ଏବଂ ଯେତେବେଳେ କୌରବ ମାନେ ଆସିଥିଲେ ସେତେବେଳେ ସଂଗଚୁଲ୍ ମହାଦେବ ତାଙ୍କୁ ଗ୍ରାମ ଭିତରକୁ ଆସିବାକୁ ଦେଇ ନଥିଲେ । ସେତେବେଳେ ଶୁନ୍ୟବାଣୀ ହୋଇଥିଲା ଯେ, ଯେକୌଣସି ବି ଲୋକ ମହାଦେବଙ୍କ ଶରଣରେ ଆସିବ ସେ ତାଙ୍କୁ ଆଶ୍ରୟ ଦେବେ । ଏହି ମାନ୍ୟତାକୁ ଆଧାର କରିକି ସେଠାରେ ପ୍ରେମୀ ଯୁଗଳଙ୍କୁ ଆଶ୍ରୟ ଦିଆଯାଏ । ଏହି ପରମ୍ପରା ଆଜି ଯାଏଁ ଚାଲି ଆସିଛ । ସବୁଠାରୁ ବଡ କଥା ହେଉଛି ଯେ, ଏହି ଗ୍ରାମକୁ କୌଣସି ପୋଲିସ ଅଧିକାରୀଙ୍କ ମଧ୍ୟ ପ୍ରେବେଶ ନିଷେଧ ।

Leave A Reply

Your email address will not be published.