Latest Odisha News

BREAKING NEWS

ମୁଦା ସ୍କାମ୍: ଜମି ଫେରାଇ ନେବାକୁ ରାଜି ହେଲେ ମୁଦା କର୍ତ୍ତୃପକ୍ଷ

ବେଙ୍ଗାଲୁରୁ: ମହୀଶୂର ନଗର ଉନ୍ନୟନ ପ୍ରାଧିକରଣ(ମୁଦା) ସ୍କାମ୍‌ରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଫସିବା ଘଟଣା । ଜମି ଫେରାଇ ନେବାକୁ ରାଜି ହେଲେ ମୁଦା କର୍ତ୍ତୃପକ୍ଷ । କାଲି ସିଦ୍ଦରମୈୟାଙ୍କ ପତ୍ନୀ ମୁଦାକୁ ଜମି ଫେରାଇବାକୁ କହିଥିଲେ । ଏହାପରେ ଦେଇଥିବା ୧୪ ପ୍ଲଟ୍‌ ଫେରାଇ ନେବାକୁ ମୁଦା ସମ୍ମତି ଦେଇଥିବା ନେଇ ସୂଚନା ମିଳିଛି । ତେବେ ଏହାକୁ ନେଇ ସିଦ୍ଦରମୈୟାଙ୍କ ବିରୋଧରେ ପୂର୍ବରୁ ଇଡି ମାମଲା କରିସାରିଛି ।

ଜମି ଦୁର୍ନୀତି ମାମଲାରେ ଫସିଥିବା ସିଦ୍ଦରମୈୟାଙ୍କ ସମସ୍ୟା ବଢିବାରେ ଲାଗିଛି । ପ୍ଲଟ ଆବଣ୍ଟନକୁ ନେଇ ବିବାଦ ଘେରରେ ଥିବା ସିଦ୍ଦରମୈୟା ଓ ତାଙ୍କ ପତ୍ନୀ ପାର୍ବତୀଙ୍କ ବିରୋଧରେ ଇଡି ମାମଲା ରୁଜୁ କରିଛି। ଦିନକୁ ଦିନ ମୁଖ୍ୟମନ୍ତ୍ରୀଙ୍କ ଅଡ଼ୁଆ ବଢ଼ୁଥିବାରୁ ତାଙ୍କ ପତ୍ନୀ ପାର୍ବତୀ ଚିଠି ଲେଖି ତାଙ୍କ ପାଇଁ ସ୍ୱାମୀ ସବୁ କିଛି ତେଣୁ ସେ ପ୍ଲଟ ଗୁଡ଼ିକ ଫେରାଇ ଦେବାକୁ ଚାହୁଁଥିବା କହିଥିଲେ। କେସାରେ ଗାଁରେ ୩.୧୬ ଏକର ଜମି ପାର୍ବତୀଙ୍କ ନାଁରେ ରହିଥିଲା। ଏହାକୁ ମୁଦା ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ଅଧିଗ୍ରହଣ କରିଥିଲା। ଏହା ବଦଳରେ ତାଙ୍କୁ ବିଜୟ ନଗରରେ ମହୀଶୂର ଅଞ୍ଚଳର ସବୁଠାରୁ ଦାମୀ ଜାଗାରେ ୧୪ଟି ପ୍ଲଟ ଦିଆଯାଇଥିଲା । କିନ୍ତୁ ତାଙ୍କୁ ମିଳିଥିବା ପ୍ଲଟର ଦାମ ସେ ଦେଇଥିବା ଜମି ତୁଳନାରେ ଯଥେଷ୍ଟ ଅଧିକ ବୋଲି ଅଭିଯୋଗ ହୋଇଥିଲା। ଶେଷରେ ଆଜି ଜମି ଫେରାଇ ନେବାକୁ ରାଜି ହେଇଛନ୍ତି ମୁଦା କର୍ତ୍ତୃପକ୍ଷ ।

ମହୀଶୂର ସହରୀ ବିକାଶ ପ୍ରାଧିକରଣ ମାମଲାରେ ଅଭିଯୋଗ ରହିଛି ଯେ ସିଦ୍ଦରମୈୟାଙ୍କ ପତ୍ନୀ ବିଏସ୍ ପାର୍ବତୀଙ୍କୁ ତାଙ୍କର ୩.୧୬ ଏକର ଭୂମି ପରିବର୍ତ୍ତେ ୫୦:୫୦ ଅନୁପାତ ଯୋଜନାରେ ଭୂମି ଆବଣ୍ଟନ କରାଯାଇଥିଲା, ଯେଉଁଠି ପ୍ରାଧିକରଣ ଏକ ଆବାସିକ ଲେଆଉଟ୍ ବିକଶିତ କରିଥିଲା । ବିବାଦୀୟ ଯୋଜନା ଅଧିନରେ ମହୀଶୂର ସହରୀ ବିକାଶ ପ୍ରାଧିକରଣ ଭୂମି ହରାଇଥିବା ବ୍ୟକ୍ତିଙ୍କୁ ଅର୍ଜିତ ଅବିକଶିତ ଭୂମି ବଦଳରେ ବିକଶିତ ଭୂମିର ୫୦ ପ୍ରତିଶତ ଆବଣ୍ଟିତ କରିଥିଲା । ଅଭିଯୋଗ ରହିଛି ଯେ ମହୀଶୂର ତହସିଲର କସାବା ହୋବଲିର କସାରେ ଗାଁରେ ସର୍ବେକ୍ଷଣ ସଂଖ୍ୟା ୪୬୪ର ଏହି ୩.୧୬ ଏକର ଜମି ଉପରେ ପାର୍ବତୀଙ୍କ କୌଣସି ଆଗତଗତ ଅଧିକାର ନଥିଲା ।

Leave A Reply

Your email address will not be published.