Latest Odisha News

ଗୁଳି ବାଜିବା ନେଇ ଗୋବିନ୍ଦାଙ୍କ ବୟାନରେ ସନ୍ତୁଷ୍ଟ ନୁହେଁ କ୍ରାଇମ ବ୍ରାଂଚ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଗୋବିନ୍ଦାଙ୍କ ଗୋଡରେ ମଙ୍ଗଳବାର ଦୁର୍ଘଟଣାବଶତଃ ଗୁଳି ବାଜିଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆ ଯାଇଥିଲା ଏବଂ ସେ ଏବେ ସୁସ୍ଥ ଅଛନ୍ତି । ଡାକ୍ତର ତାଙ୍କ ଗୋଡରୁ ଗୁଳି ବାହାର କରି ସାରିଛନ୍ତି ଏବଂ ଖୁବ ଶୀଘ୍ର ତାଙ୍କୁ ଡିସଚାର୍ଜ କରାଯିବ । ଗୋବିନ୍ଦା ଗୁଳି ବାଜିବା ଯେଉଁ ବୟାନ ଦେଇଥିଲେ ତାହା କ୍ରାଇବବ୍ରାଂଚକୁ ସନ୍ତୁଷ୍ଟ କରିପାରି ନାହିଁ । ରିପୋର୍ଟ ଅନୁସାରେ ଯଦି ରିଭଲବର ୦.୩୨ ବୋରରୁ ଫାୟାର ହୋଇଥିଲା ତେବେ ବୁଲେଟ କିପରି ୯ଏମଏମର ଥିଲା ? ଏଥିରେ ଏହା ଫିଟ ହେବନି । ଏହା ପରେ ପୋଲିସ ତାଙ୍କ ଝିଅ ଟିନା ଆହୁଜାଙ୍କୁ ମଧ୍ୟ ପଚରା ଉଚରା କରିଛି ।

ପୋଲିସ ଏବେ ଅଲଗା ଅଲଗା ଆଙ୍ଗେଲରୁ ତଦନ୍ତ କରିବାକୁ ଯାଉଛି ବୋଲି ଜଣାପଡିଛି । ଗୋବିନ୍ଦା ଘରକୁ ଫେରିବା ତାଙ୍କ ପୂନର୍ବାର ଜେରା କରାଯିବ । ଘଟଣା ଦିନ ଗୋବିନ୍ଦାଙ୍କ ସହ ଆଉ ଜଣେ ଅଭିନେତା ଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏବେ ସେହି ଦ୍ୱିତୀୟ ବ୍ୟକ୍ତିକୁ ଖୋଜା ଚାଲିଛି । ମୁମ୍ବାଇର ଜୁହୁ ସ୍ଥିତ ବାସଭବନରେ ଗୋବିନ୍ଦା ନିଜର ଲାଇସେନ୍ସପ୍ରାପ୍ତ ରିଭଲଭର ସଫା କରି କପବୋର୍ଡରେ ରଖୁଥିବା ବେଳେ ତଳେ ପଡି ଆକସ୍ମିକ ଗୁଳି ଫୁଟି ଥିଲା । ଗୁଳି ଗୋବିନ୍ଦାଙ୍କ ଆଂଠୁରେ ଲାଗିଥିଲା । ଗୋବିନ୍ଦା କୋଲକାତା ଯିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଘଟିଥିଲା ଏହି ଘଟଣା ।

Leave A Reply

Your email address will not be published.