Latest Odisha News

BREAKING NEWS

ଓଡ଼ିଶା ସବୁବେଳେ ମୋ ହୃଦୟର ଅତି ନିକଟତରରେ ରହିବ: ଷ୍ଟାର ସ୍ପିନର ପ୍ରବୀଣ ତାମ୍ବେ

ସୁରଟ: ପ୍ରସିଦ୍ଧ ଲେଗ୍ ସ୍ପିନର୍ ପ୍ରବୀଣ ତାମ୍ବେ । ଯାହାଙ୍କ ଆଗରେ ବୟସ ବି ମାନିଛି ହାର୍ । ଏବେ କୋଣାର୍କ ସୁର୍ୟାସ ଓଡ଼ିଶା ଦଳ ପାଇଁ ଖେଳୁଛନ୍ତି ପ୍ରବୀଣ । ଯେଉଁ ଦିନଠାରୁ ତାଙ୍କ ନାମ ପ୍ରଥମଥର ପାଇଁ ଟିଭି ସ୍କ୍ରିନରେ ସାମ୍ନାକୁ ଆସିଥିଲା, ସେହି ଦିନଠୁ ନେଇ ଆଜି ପର୍ଯ୍ୟନ୍ତ ପ୍ରବୀଣ ଭାରତରେ କ୍ରିକେଟ ପ୍ରେମୀଙ୍କ ପାଇଁ ସାଜିଛନ୍ତି ପ୍ରେରଣା । ତାଙ୍କ କାହାଣୀ ସେହି ଲୋକମାନଙ୍କ ପାଇଁ ମଧ୍ୟ ଏକ ପ୍ରେରଣା ଯେଉଁମାନେ ନିଜକୁ ଉଚ୍ଚ ସ୍ତରରେ ପ୍ରମାଣ କରିବାର ସୁଯୋଗକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

ଏକ ସାକ୍ଷାତକାରରେ ପ୍ରବୀଣ କହିଛନ୍ତି, ସେ ଛୋଟ ବେଳୁ ଖେଳ ପାଇଁ ବହୁତ ଆଗ୍ରହୀ ଥିଲେ ଏବଂ ଖେଳ ପ୍ରତି ତାଙ୍କର ସମର୍ପଣ ତାଙ୍କୁ ଆଜି ସଫଳତା ହାସଲ କରିବାରେ ସାହାଯ୍ୟ କରିଛି । ପ୍ରବୀଣ ତାଙ୍କ ପିତାଙ୍କୁ ଦେଖି କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ । ତାଙ୍କ ବାପାଙ୍କ ପାଇଁ ସେ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ ବୋଲି କହିଛନ୍ତି ପ୍ରବୀଣ । ମୋ ବାସ୍ତବିକ ଜୀବନକୁ ଖେଳ ସହ ବହୁତ୍ ସୁନ୍ଦର ଭାବରେ ଜଡ଼ିତ ରଖିପାରିଛି । ମୁଁ ଯେଉଁମାନଙ୍କ ସହିତ ଖେଳିବାର ସ୍ୱପ୍ନ ଦେଖିଥିଲି ବର୍ତ୍ତମାନ ଏହି ଲିଗ୍‌ରେ ସେମାନଙ୍କ ସହ ଖେଳିବାର ସୁଯୋଗ ପାଇଛି । ଏହା ଦ୍ୱାରା ମୋର ଏକ ବଡ ସ୍ୱପ୍ନ ପୁରଣ ହୋଇଛି ବୋଲି କହିଛନ୍ତି ପ୍ରବୀଣ ।

ପ୍ରବୀଣ ତାମ୍ବେ ୨୦୧୪ରେ ଓଡ଼ିଶା ବିପକ୍ଷରେ ଡେବ୍ୟୁ କରିଥିଲେ । ସେତେବେଳେ ତାହା ଏକ ରଣଜୀ ଟ୍ରଫି ମ୍ୟାଚ୍ ଥିଲା । ସେଥିପାଇଁ ଓଡ଼ିଶା ସବୁବେଳେ ମୋ ହୃଦୟର ଅତି ନିକଟତରରେ ରହିବ ବୋଲି କହିଛନ୍ତି ପ୍ରବୀଣ । ଓଡ଼ିଶା ଦଳ ପାଇଁ ଖେଳୁଥିବାରୁ ସେ ବହୁତ ଖୁସି ବୋଲି କହିଛନ୍ତି ପ୍ରବୀଣ ।

 

Leave A Reply

Your email address will not be published.