Latest Odisha News

ଆପଣଙ୍କ ହାତରେ ଥିବା ମୋବାଇଲ ଭାରତରେ ବନ୍ଦ ହୋଇଯିବ !

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଚାଇନା କମ୍ପାନୀ ସ୍ମାର୍ଟଫୋନର ଚାହିଦା l ଏବେ ସାରା ଦେଶରେ OnePlus, iQOO, POCO ଭଳି ଚାଇନା ବ୍ରାଣ୍ଡର ଚାହିଦା ଅଧିକ l ଅନଲାଇନ ସପିଂ ପ୍ଳାଟଫର୍ମରେ ମଧ୍ୟ ଏହି ଚାଇନା ବ୍ରାଣ୍ଡର ସ୍ମାର୍ଟଫୋନର ବିକ୍ରି ଯଥେଷ୍ଟ ବୃଦ୍ଧି ପାଇଛି। ହେଲେ ଅନ୍ୟପକ୍ଷରେ ବ୍ୟବସାୟୀ ସଂଗଠନ ‘କନଫେଡେରେଶନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ'(ସିଏଆଇଟି) ଏହାକୁ ବିରୋଧ କରିବା ଆରମ୍ଭ କରିଛି।

ସୂଚନା ଅନୁସାରେ, ଅଲ ଇଣ୍ଡିଆ ମୋବାଇଲ ରିଟେଲର୍‌ ଆସୋସିଏଶନ ଭାରତରେ ଚାଇନାର ମୋବାଇଲ କମ୍ପାନୀଗୁଡିକ ଯଥାକ୍ରମେ OnePlus, iQOO ଏବଂ POCO ଭଳି ବ୍ରାଣ୍ଡକୁ ବନ୍ଦ କରିବାକୁ ଦାବି କରିଛି। ଅଭିଯୋଗ ଅନୁସାରେ, ଏହି ସମସ୍ତ ବ୍ରାଣ୍ଡ ନିୟମ ଉଲ୍ଲଂଘନ କରିଛନ୍ତି ଯାହାଦ୍ୱାରା ମୋବାଇଲର ଗ୍ରେ ବଜାର ବୃଦ୍ଧି ପାଇଛି l ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ଏହି କମ୍ପାନୀଗୁଡିକ ଇ-କମର୍ସ ପ୍ଲାଟଫର୍ମ ସହଯୋଗରେ ବିପୁଳ ରିହାତି ଦେବା ଆରମ୍ଭ କରିଛନ୍ତି। ଯାହାକି ଭାରତୀୟ ମୋବାଇଲ ବଜାର ଉପରେ ଖରାପ ପ୍ରଭାବ ପକାଇଛି।

କହି ରଖୁଛୁ ଯେ, ଭାରତରେ OnePlus, iQOO ଏବଂ POCO ପରି ସ୍ମାର୍ଟଫୋନ ଗୁଡିକ ଅଧିକ ପସନ୍ଦ କରାଯାଏ । ବିକ୍ରି ସମୟରେ ଏହାର ମୂଲ୍ୟରେ ମଧ୍ୟ ଯଥେଷ୍ଟ ହ୍ରାସ ହୋଇଥାଏ l ଯାହାଦ୍ୱାରା ଗ୍ରାହକମାନେ ଏହି ଫୋନକୁ ସହଜରେ କିଣିପାରିବେ । ଏପରିକି ଏହି କମ୍ପାନୀଗୁଡିକ ଗ୍ରାହକଙ୍କ ପାଇଁ ଅଲଗା ଅଲଗା ଅଫର ମଧ୍ୟ ଆଣିଥାନ୍ତି। ଏହା କମ୍ପାନୀଗୁଡିକ ଟିକସ ଦେବାରେ ହ୍ରାସ ହେଉଥିବାରୁ ସରକାରୀ ଖର୍ଚ୍ଚରେ ମଧ୍ୟ କ୍ଷତି ଘଟୁଛି l ସ୍ମାର୍ଟଫୋନର ମୂଲ୍ୟ ହେତୁ ଟିକସ କମ ଦେବାକୁ ପଡୁଛି। ତେବେ ଏପର୍ଯ୍ୟନ୍ତ କୌଣସି କମ୍ପାନୀରୁ ଏନେଇ କୌଣସି ବିବୃତ୍ତି ଆସିନାହିଁ।

Leave A Reply

Your email address will not be published.