Latest Odisha News

ବାଙ୍ଗିରିପୋଷି ଷ୍ଟେସନର ନବୀକରଣ କାର୍ଯ୍ୟର ସମୀକ୍ଷା

ବାରିପଦା: ଏକ ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ ଦକ୍ଷିଣ-ପୂର୍ବ ରେଳବାଇ ଜିଏମ୍‌ ଅନୀଲ କୁମାର ମିଶ୍ରଙ୍କ ସମେତ ଦକ୍ଷିଣ-ପୂର୍ବ ରେଳବାଇର ଡିଆରଏମ୍‌ ଓ ରେଳ ବିଭାଗର ବିଭିନ୍ନ ବିଭାଗୀୟ ଅଧିକାରୀ ଆଜି ବାରିପଦା ଦେଇ ବାଙ୍ଗିରିପୋଷି ଯାଇଛନ୍ତି। ବାଙ୍ଗିରିପୋଷିରେ ପହଞ୍ଚିବା ପରେ ସମସ୍ତଙ୍କୁ ସ୍ୱାଗତ କରାଯାଇଥିଲା। ଶହେ ବର୍ଷରେ ପଦାର୍ପଣ କରିଥିବା ବାଙ୍ଗିରିପୋଷି ରେଳ ଷ୍ଟେସନ ଓ ରୁପସା- ବାଙ୍ଗିରିପୋଷି ରେଳ ଲାଇନର ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି ଜିଏମ୍‌ ଶ୍ରୀ ମିଶ୍ର।

ଆଗକୁ ମୟୂରଭଞ୍ଜ ଜିଲ୍ଲାର ପ୍ରମୁଖ ରାଜନୈତିକ ପ୍ରସଙ୍ଗ ଥିବା ବୁଢାମାର-ଚାକୁଳିଆ, ବାଙ୍ଗିରିପୋଷି-ଗୋରୁମହିଷାଣୀର ନୂତନ ରେଳପଥର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହେବାକୁ ଯାଉଛି। ଏହି ଦୁଇ ରେଳପଥ ନିର୍ମାଣ କାର୍ଯ୍ୟ ଓ ବାଙ୍ଗିରିପୋଷି-ରୁପସା ମଧ୍ୟରେ ଥିବା ଛୋଟ ବଡ଼ ଷ୍ଟେସନର ନବୀକରଣର କରାଯିବ। ମୟୂରଭଞ୍ଜ ଜିଲ୍ଲାର ଏହି ନୂତନ ରେଳପଥ ପ୍ରକଳ୍ପ କାର୍ଯ୍ୟର ଶିଳାନ୍ୟାସ ରାଷ୍ଟ୍ରପତିଙ୍କ କରକମଳରେ ହେବାର ଚର୍ଚ୍ଚା ହେଉଛି । ସେଥିପାଇଁ ରେଳ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପ୍ରକାଶ ପାଇଛି।

Leave A Reply

Your email address will not be published.