Latest Odisha News

BREAKING NEWS

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ରାଗିଂ ଘଟଣା: ୧୭ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ରାଗିଂ ଘଟଣା । ୧୭ ଜଣ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ । ରାଗିଂ ଘଟଣାରେ ସଂପୃକ୍ତ ୪ଜଣ ହଷ୍ଟେଲରୁ ବିଦା ହୋଇଥିବା ବେଳେ ୧୩ ଜଣ ଛାତ୍ରଙ୍କୁ ହଜାର ଟଙ୍କା ଜୋରିମାନା ସହ ଅଣ୍ଡରଟେକିଂ ଦାଖଲ କରିବାକୁ କୁହାଯାଇଛି। ଏନେଇ ସୂଚନା ଦେଇଛନ୍ତି ବିଶ୍ବବିଦ୍ୟାଳୟର କୁଳପତି ଗୀତାଞ୍ଜଳି ଦାସ ।

ସୂଚନା ଅନୁସାରେ, ଗତ ମାସ ୨୧ ତାରିଖ ରାତିରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ନୂତନ ଛାତ୍ରାବାସରେ ରହୁଥିବା ଜଣେ ପ୍ରଥମ ବର୍ଷ ଛାତ୍ରଙ୍କୁ ହଷ୍ଟେଲ୍‌ର ଦ୍ବିତୀୟ ବର୍ଷ ଛାତ୍ରମାନେ ମାନସିକ ନିର୍ଯାତନା ଦେବା ସହ ରୢାଗିଂ କରିଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଘଟଣାର ତଦନ୍ତ କରିବା ପାଇଁ ଆଣ୍ଟିରୢାଗିଂ କମିଟିର ୧୨ଜଣିଆ ଦଳ ଏବଂ ସିକ୍ୟୁରିଟି ଅଫିସରଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିଲା। ସିସିଟିଭି କ୍ୟାମେରା ଫୁଟେଜ୍‌କୁ ଆଧାର କରି ରୢାଗିଂ କରିଥିବା ଛାତ୍ରଙ୍କୁ ଚିହ୍ନଟ କରି ପଚରାଉଚରା କରିଥିଲେ ତଦନ୍ତକାରୀ ଦଳ । ଗତକାଲି ଏହି ଘଟଣାରେ ତଦନ୍ତ ରିପୋର୍ଟ କୁଳପତିଙ୍କୁ ପ୍ରଦାନ କରାଯାଇଥିଲା । ରିପୋର୍ଟକୁ ଆଧାର କରି ନାଗାବଳୀ, ଋଷିକୁଲ୍ୟା ଓ ବଂଶଧାରା ହ‌ଷ୍ଟେଲ୍‌ରେ ରହୁଥିବା ବିଭିନ୍ନ ବିଭାଗର ୪ଜଣ ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ଏକ ସପ୍ତାହ ମଧ୍ୟରେ ହ‌‌ଷ୍ଟେଲ୍‌ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଅନ୍ୟ ୧୩ ଜଣଙ୍କୁ ୧ହଜାର ଟଙ୍କା ଲେଖାଏଁ ଜରିମାନା ସହ ଅଣ୍ଡରଟେକିଂ ଦାଖଲ କରିବାକୁ କୁହାଯାଇଛି।

 

Leave A Reply

Your email address will not be published.