Latest Odisha News

ନିର୍ବାଚନ ଫଳାଫଳ ଘୋଷଣା ଭିତରେ ଆତଙ୍କ ଖେଳାଇଲେ ଆତଙ୍କୀ, ୨ ଯବାନଙ୍କୁ କଲେ ଅପହରଣ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ୨ ଯବାନଙ୍କୁ ଅପହରଣ କଲେ ଆତଙ୍କବାଦୀ । ଅନନ୍ତନାଗ ଜଙ୍ଗଲରେ ଯବାନଙ୍କୁ ଅପହରଣ କରିନେଲେ ଆତଙ୍କୀ । ଆତଙ୍କୀଙ୍କ କବଳରୁ ଜଣେ ଯବାନ ଖସି ପଳାଇ ଆସି ଥିବା ବେଳେ ଅନ୍ୟଜଣେ ଏବେ ବି ନିଖୋଜ ଅଛନ୍ତି । ଖବରପାଇ ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି ଯବାନ ।

ଦୀର୍ଘ ୧୦ ବର୍ଷ ପରେ ଜାମ୍ମୁକାଶ୍ମୀରରେ ଅନୁଷ୍ଠିତ ହୋଇଛି ବିଧାନସଭା ନିର୍ବାଚନ । ଗତକାଲି ଭୋଟ ଗଣତି ଚାଲିଥିବା ବେଳେ ଆତଙ୍କ ଖେଳାଇଛନ୍ତି ଆତଙ୍କବାଦୀ । ଭାରତୀୟ ସେନାର ଦୁଇ ଯବାନଙ୍କୁ ଅପହରଣ କରି ନେଇଛନ୍ତି ଆତଙ୍କୀ । ସେମାନଙ୍କ ମଧ୍ୟରୁ ଜଣେ ଯବାନ ଖସି ପଳାଇ ଆସିଥିବା ବେଳେ ଅନ୍ୟ ଜଣଙ୍କର ଏଯାବତ୍ କୌଣସି ପତ୍ତା ମିଳିନାହିଁ । ସେପଟେ ଖବର ପାଇ ଭାରତୀୟ ସେନା ଏବଂ ଜାମ୍ମୁ କାଶ୍ମୀର ପୋଲିସର ମିଳିତ ଟିମ୍ ଉକ୍ତ ଅଞ୍ଚଳରେ ବ୍ୟାପକ ସର୍ଚ୍ଚ ଅପରେସନ୍ ଜାରି ରଖିଛି । ତେବେ ଅପହରଣ ହୋଇଥିବା ଯବାନମାନେ ହେଉଛନ୍ତି ଟେରିଟୋରିଆଲ ଯବାନ । ଅନନ୍ତନାଗ ଜିଲ୍ଲାର କୋକେରନାଗର ଶଙ୍ଗସ୍ ଅଞ୍ଚଳରୁ ଅପହରଣ କରିଛନ୍ତି ଆତଙ୍କବାଦୀ ।

କହିରଖୁଛୁ ଯେ, ଗତ ୨୦୨୦ ମସିହା ଅଗଷ୍ଟ ୨ ତାରିଖରେ ଆତଙ୍କବାଦୀମାନେ ଜଣେ ଯବାନଙ୍କୁ ଅପହରଣ କରିଥିଲେ । ଅନେକ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ସୂଚନା ମିଳିନଥିଲା । ଗୋଟିଏ ବର୍ଷ ପରେ ଅର୍ଥାତ୍ ୨୦୨୧ ମସିହା ସେପ୍ଟେମ୍ବରରେ କୁଲଗାମ ଜିଲ୍ଲାରୁ ତାଙ୍କର ମୃତଦେହ ମିଳିଥିଲା।

Leave A Reply

Your email address will not be published.