Latest Odisha News

ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଗୋଟିଏ ଟେଷ୍ଟ ଖେଳି ନ ପାରନ୍ତି ରୋହିତ

ନୂଆଦିଲ୍ଲୀ:ଭାରତର ଟେଷ୍ଟ ଏବଂ ଦିନିକିଆ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଗୋଟିଏ ଟେଷ୍ଟରେ ଖେଳି ନ ପାରନ୍ତି । ରୋହିତ ବ୍ୟକ୍ତିଗତ କାରଣ ଦର୍ଶାଇ ବିସିିସିଆଇକୁ ଏ ନେଇ ପତ୍ର ମଧ୍ୟ ଲେଖିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ପ୍ରଥମ ୨ଟି ଟେଷ୍ଟରୁ ଗୋଟିକରେ ଖେଳି ନ ପାରନ୍ତି । ଯଦି ସିରିଜ ଆରମ୍ଭ ହେବା ପୂର୍ବରୁ ତାଙ୍କ ବ୍ୟକ୍ତିଗତ ସମସ୍ୟାର ସମାଧାନ ହୋଇ ଯାଇଥିବ ତେବେ ସମସ୍ତ ମ୍ୟାଚ ଖେଳିବେ । ରିପୋର୍ଟ ମୁତାବକ ରୋହିତ ଦ୍ୱିତୀୟ ଥର ପାଇଁ ବାପା ହେବାକୁ ଯାଉଛନ୍ତି । ସେଥିପାଇଁ ଏହି ଛୁଟି ନେଉଥିବା ଦର୍ଶାଯାଇଛି । ତେବେ ଏ ସମ୍ପର୍କରେ ରୋହିତ କୌଣସି ମନ୍ତବ୍ୟ ଦେଇ ନାହାନ୍ତି ।

୩ ବର୍ଷ ପରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆରେ ସିରିଜ ଖେଳିବାକୁ ଯାଉଛି । ନଭେମ୍ବର ୨୨ରେ ପ୍ରଥମ ଟେଷ୍ଟ ଓ ଡିସେମ୍ବର ୬ରେ ଆଡିଲେଡରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ । ୨୦୧୪ ପରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ କୌଣସି ଟେଷ୍ଟ ସିରିଜ ହାରିନି । ୨୦୨୨ରେ ବିରାଟ କୋହଲି ଅଧିନାୟକ ପଦ ଛାଡିବା ପରେ ରୋହିତ ଦଳର ନେତୃତ୍ୱ ନେଇଛନ୍ତି । ସେ ଇତି ମଧ୍ୟରେ ୧୮ଟି ଟେଷ୍ଟରେ ଭାରତର ନେତୃତ୍ୱ ନେଇ ୧୨ ମୁକାବିଲାରେ ବିଜୟୀ କରାଇଛନ୍ତି । ୪ଟିରେ ପରାଜିତ ଏବଂ ୨ଟି ମ୍ୟାଚ ଡ୍ର ରହିଛି ।

Leave A Reply

Your email address will not be published.