Latest Odisha News

ଭାଇ ଜିଉନ୍ତିଆ ପର୍ବ: ବ୍ରତ ରଖନ୍ତି ଦୁର୍ଗତନାଶିନୀ ମା’ ଦୁର୍ଗା

ସୁବର୍ଣ୍ଣପୁର: ଆଜି ଭାଇ ଜିଉନ୍ତିଆ ଓଷା। ପଶ୍ଚିମ ଓଡ଼ିଶାର ଅନେକ ପର୍ବ ମଧ୍ୟରୁ ଆଉ ଏକ ମହାନ ପର୍ବ ହେଉଛି ଏହି ଓଷା । ଭାଇର ମଙ୍ଗଳ ପାଇଁ ଉପବାସ କରି ମା’ ଦୁର୍ଗାଙ୍କ ଠାରେ ପୂଜାର୍ଚ୍ଚନା କରିଥାନ୍ତି ଭଉଣୀ ମାନେ । ଭାଇ ଭଉଣୀର ପବିତ୍ର ସଂପର୍କ ଭିତରେ ଭଉଣୀର ରକ୍ଷା କବଚ ପାଲଟିଥାଏ ଭାଇ । ଏଥିପାଇଁ ଭାଇର ମଙ୍ଗଳ କାମନା ସହ ଦୀର୍ଘଜୀବନ କାମନା ପାଇଁ ଭଉଣୀ ରଖେ ଉପବାସ। ଏହି ପରିପେକ୍ଷୀରେ ପଶ୍ଚିମଓଡିଶାର ପୁରପଲ୍ଲୀରେ ପାଳିତ ହୋଇଛି ଭାଇ ଜିଉନ୍ତିଆ ଓଷା ।

ସେପଟେ କିନ୍ତୁ ସୁବର୍ଣ୍ଣପୁରରେ ଭାଇ ଜିଉନ୍ତିଆ ପର୍ବକୁ ନେଇ ରହିଛି ଏକ ନିଆରା ପରମ୍ପରା । ସ୍ବୟଂ ଦେବୀ ମା’ ଦୁର୍ଗା ନିଜ ଦେବ ସ୍ବରୁପ ଭାଇ ମହାବଳୀ ପାଇଁ ଭାଇ ଏହି ବ୍ରତ ପାଳନ କରନ୍ତି । ଦୁର୍ଗାଦେବୀ ଭାଇ ଜିଉନ୍ତିଆ ପାଇଁ ମା ଖମ୍ବେଶ୍ବରୀ ମନ୍ଦିରକୁ ବିଜେ କରିବା ପରେ ଭଉଣୀମାନେ ଏହି ଓଷା ପାଳନ କରନ୍ତି । ଦେବୀ ମା କନକ ଦୁର୍ଗାଙ୍କ ଅଷ୍ଟମୀ ପୂଜା ପରେ ସାରା ସୁବର୍ଣ୍ଣପୁର ସହରର ଭଉଣୀମାନେ ଏହି ଭାଇ ଜିଉନ୍ତିଆ ପର୍ବ ପାଳନ କରିଥାନ୍ତି । ଦିନ ସାରା ନିର୍ଜଳା ଉପବାସ ରହି ସଂଧ୍ୟାରେ ଧୂପ ଦୀପ ନୈବେଦ୍ୟ ଆଦି ଦୁର୍ଗା ଦେବୀଙ୍କ ଅର୍ପଣ କରିଥାନ୍ତି ।

ଭାଇର ମଙ୍ଗଳକାମନା କରି ପ୍ରତିଟି ଭାଇ ପାଇଁ ୧୦୮ ଦୁବ ଓ ଅକ୍ଷତ ବିଡାକୁ ବିଭିନ୍ନ ପ୍ରକାରର ଫଳ ଓ ପୁଲ ସହିତ ଜିଉନ୍ତିଆ ଦେଇ ଦୁର୍ଗା ଦେବୀଙ୍କ ପାଖରେ ସମର୍ପିତ କରିଥାନ୍ତି । ଘରକୁ ଆସି ଭଉଣୀ ମାନେ ଜିଉନ୍ତିଆକୁ ଧରି ଭାଇମାନଙ୍କୁ ବନ୍ଦାପନା କରିବା ସହ ଜିଉନ୍ତିଆକୁ ଭାଇମାନଙ୍କର ହାତରେ ବାନ୍ଧିଦିଅନ୍ତି   ।

 

Leave A Reply

Your email address will not be published.