Latest Odisha News

BREAKING NEWS

ଅନନ୍ୟ ଦଶହରା: ଏଠାରେ ହୁଏ ନାହିଁ ରାବଣ ଦହନ

ରାଇପୁର: ପଶ୍ଚିମବଙ୍ଗ, ଓଡ଼ିଶା ଭଳି ବିଭିନ୍ନ ରାଜ୍ୟରେ ପାଳିତ ହୁଏ ଦଶହରା । କେଉଁଠି ଏହାକୁ ଦଶେରା କୁହାଯାଏ ତ କେଉଁଠି ନବରାତ୍ରି, ଦୁର୍ଗାପୂଜା ବୋଲି କୁହାଯାଏ । ଖଣ୍ଡା, ଢାଲ, ଲଙ୍ଗଳ ଲୁହା, କରଣୀ ଆଦି ବିଭିନ୍ନ ପାରମ୍ପାରିକ ଯନ୍ତ୍ର ଓ ଉପକରଣ ଆଦି ଏହି ଦିନ ପୂଜା କରାଯାଇଥାଏ । ଏହା ଓଡ଼ିଶାର ବିଭିନ୍ନ ଜାତିର ଲୋକଙ୍କ କୌଳିକ ପେଷାର ଉପକରଣମାନଙ୍କ ପ୍ରତି ଅଙ୍ଗୀକାରବଦ୍ଧତାକୁ ଦର୍ଶାଇବା ନିମନ୍ତେ ପାଳିତ ହୋଇଥାଏ ।

ସେପଟେ ପଡୋଶୀ ରାଜ୍ୟ ଛତିଶଗଡରେ ମଧ୍ୟ ପାଳନ କରାଯାଏ ଏହି ଦଶହରା ପର୍ବ । ଛତିଶଗଡର ବସ୍ତର ଅଞ୍ଚଳରେ ଦେଖିବାକୁ ମିଳେ ନିଆରା ଦଶହରା। ରଥରେ ବିରାଜନ୍ତି ଇଷ୍ଟ ଦେବୀ ମା’ ଦାନ୍ତେଶ୍ୱରୀ । ତେବେ ବିଜୟା ଦଶମୀରେ ସାରାଦେଶ ରାବଣ ଦହନ ହେଉଥିବା ବେଳେ ଏଠାରେ ରାବଣ ଦହନର ପରମ୍ପରା ନାହିଁ । ଦୀର୍ଘ ୭୫ ଦିନ ଧରି ଏଠାରେ ପୂଜା ପାଇଥାନ୍ତି ବସ୍ତରର ଆରାଧ୍ୟ ଦେବୀ ମା’ ଦାନ୍ତେଶ୍ୱରୀ।

ଦାନ୍ତେଓ୍ଵାଡା ଜିଲ୍ଲାର ନକ୍ସଲୀ ଇଲାକାରେ ଘଞ୍ଚ ଜଙ୍ଗଲ ଏବଂ ପାହାଡ ମଧ୍ୟରେ ଥିବା ଏହି ମନ୍ଦିର ୧୩୭ ବର୍ଷ ଧରି ମାତ୍ର ୩୨ଟି ଖମ୍ବରେ ଛିଡା ହୋଇଛି। କୁହାଯାଏ ଯେ ରାଜା ଭୁଲରେ ଏହି ମନ୍ଦିରକୁ ଏମିତି ବନାଇଦେଇଛନ୍ତି। ସବୁଠୁ ବଡ କଥା ହେଉଛି ଏହି ମନ୍ଦିରକୁ ସିଲେଇ ହୋଇଥିବା ବସ୍ତ୍ର ପରିଧାନ କରି ଯିବା ମନା। ଏଠାରେ ପୁରୁଷଙ୍କୁ ଧୋତି କିମ୍ବା ଲୁଙ୍ଗି ପିନ୍ଧି ପ୍ରବେଶ କରିଥାନ୍ତି । କଥିତଅଛି ପୂର୍ବରୁ ଦଶହରାରେ ବସ୍ତରର ରାଜା ସ୍ୱପ୍ନାଦେଶ ପାଇ ପୁରୀର ଦେବୀ ସୁଭଦ୍ରାଙ୍କ ରଥକୁ ଆଣି ଏଠାରେ ମା’ ଦାନ୍ତେଶ୍ୱରୀଙ୍କ ପୂଜା କରିଥିଲେ। ସେବେଠାରୁ ଏଠାରେ ମା’ଙ୍କୁ ରଥରେ ପୂଜା କରାଯାଉଛି । ହଜାର ହଜାର ଭକ୍ତ ଏହି ରଥଯାତ୍ରାରେ ସାମିଲ ହୋଇଥାନ୍ତି। ତେବେ ଅନ୍ୟଏକ ଲୋକକଥା ଅନୁଯାୟୀ ଦେବୀ ସତୀଙ୍କ ଦାନ୍ତ ଏଠାରେ ଖସିଥିଲା। ଏଥିପାଇଁ ତାଙ୍କୁ ଦାନ୍ତେଶ୍ୱରୀ ମାତା କୁହାଯାଏ।

Leave A Reply

Your email address will not be published.