Latest Odisha News

ବିଷ୍ଣୋଇ ଗ୍ୟାଙ୍ଗକୁ କ୍ଷମା ମାଗନ୍ତୁ ସଲମାନ:ବିଜେପି

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକୀଙ୍କୁ ଗୁଳିକରି ହତ୍ୟା କରାଯିବା ଘଟଣା ଏବେ ଅଭିନେତା ସଲମାନଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି l ଏହି ଗୁଳିକାଣ୍ଡ ଘଟଣାରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ କରିଛି ବୋଲି ଜାଣିବାକୁ ମିଳିଛି। ସେପଟେ ଉକ୍ତ ହତ୍ୟା ଘଟଣାରେ 3ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଉ ଜଣେ ଅଭିଯୁକ୍ତ ଫେରାର ଅଛି l ତେବେ କୁହାଯାଉଛି ଯେ ବାବା ସିଦ୍ଦିକୀ ଅଭିନେତା ସଲମାନ ଖାନଙ୍କ ଘନିଷ୍ଠ ଥିବାରୁ ତାଙ୍କୁ ହତ୍ୟା କରାଯାଇଛି l ଏହାରିଭିତରେ ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜେପି ନେତା ହରନାଥ ସିଂ ଯାଦବ ଅଭିନେତା ସଲମାନଙ୍କୁ ବିଷ୍ଣୋଇ ଗ୍ୟାଙ୍ଗକୁ କ୍ଷମା ମାଗିବାକୁ ପରାମର୍ଶ ଦେଇଛନ୍ତି l

ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି ଶ୍ରୀ ଯାଦବ କହିଛନ୍ତି, କୃଷ୍ଣ ମୃଗକୁ ବିଷ୍ଣୋଇ ସମାଜ ଦେବତା ମାନିବ ସହ ତାଙ୍କର ପୂଜା କରନ୍ତି l କିନ୍ତୁ ଆପଣ ଏହି ମୃଗ ଶିକାର କରିଥିଲେ l ଯେଉଁ କାରଣରୁ ବିଷ୍ଣୋଇ ସମାଜଙ୍କର ଭାବନାକୁ ଗମ୍ଭୀର ଆଘାତ ଲାଗିଛି l ତେଣୁ ବିଷ୍ଣୋଇ ସମାଜର ଭାବନାକୁ ସମ୍ମାନ ଦେବା ସହ ନିଜର ଭୁଲ ସ୍ୱୀକାର କରି ସେମାନଙ୍କ ଆଗରେ କ୍ଷମା ପ୍ରାର୍ଥନା କରନ୍ତୁ l

ତେବେ କହି ରଖୁଛୁ ଯେ, 1998ରେ ସଲମାନ ଫିଲ୍ମ ସୁଟିଂ ସମୟରେ ଏକ କୃଷ୍ଣ ମୃଗକୁ ଶିକାର କରିଥିଲେ l ଯେଉଁଥିପାଇଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଅନେକ ଦିନ ଧରି ଅଭିନେତା ସଲମାନ ଖାନଙ୍କୁ ହତ୍ୟା କରିବାର ସୁଯୋଗ ଖାଜୁଛନ୍ତି l ଏପରିକି ଅନେକ ଥର ସଲମାନଙ୍କ ଉପରେ ଆକ୍ରମଣ ମଧ୍ୟ କରିଛନ୍ତି l ନିକଟରେ ସଲମାନଙ୍କ ଘର ଉପରେ ଗୁଳିମାଡ କରିଥିଲେ ବିଷ୍ଣୋଇ ଗ୍ୟାଙ୍ଗ l

Leave A Reply

Your email address will not be published.