Latest Odisha News

ଦୀପାବଳି ଉପହାର: କର୍ମଚାରୀଙ୍କ କାର୍ଯ୍ୟକୁ ପ୍ରଶଂସା କରି କମ୍ପାନୀ ଦେଲା ମର୍ସିଡିଜ୍

ଚେନ୍ନାଇ: କମ୍ପାନୀ ଏବଂ କର୍ମଚାରୀ ଗୋଟେ ଗାଡିର ଦୁଇ ଚକ ସଦୃଶ୍ୟ l ଯଦି ଏଥିମଧ୍ୟରୁ ଗୋଟିଏ ମଧ୍ୟ ସଠିକ୍ ଭାବରେ କାମ ନକରେ ତେବେ ବ୍ୟବସାୟର ଯାତ୍ରା ଏବଂ ସଫଳତା ବହୁତ କଷ୍ଟସାଧ୍ୟ ହୋଇଯାଏ l ଗତ କିଛି ଦିନ ଧରି ଆମେମାନେ ସାଧାରଣତଃ ଛଟେଇ, ଖର୍ଚ୍ଚ କାଟିବା, ଇନକ୍ରିମେଣ୍ଟ ଏବଂ ବୋନସ ଉପରେ ପ୍ରତିବନ୍ଧକ ଭଳି ଖବର ଶୁଣିବାକୁ ପାଉଛୁ l ଏଭଳିସ୍ଥିତିରେ ଆଜି ଆମେ ଆପଣଙ୍କୁ ଏକ ଏପରି କମ୍ପାନୀ ବିଷୟରେ କହିବୁ ଯେ କି କର୍ମଚାରୀଙ୍କ ପରିଶ୍ରମ ପାଇଁ ଖୁସିରେ ସେମାନଙ୍କୁ ପୁରସ୍କାର ଦେଉଛି l ସେ ବି କୌଣସି ଟଙ୍କା କି ଛୋଟମୋଟ ଜିନିଷ ନୁହେଁ l କାର ଏବଂ ବାଇକ ପରି ଉପହାର l ଏହା ବ୍ୟତୀତ ବିବାହ ପାଇଁ କମ୍ପାନୀ ତରଫରୁ ଦିଆଯାଇଥିବା ସହାୟତା ରାଶି ମଧ୍ୟ ବୃଦ୍ଧି କରାଯାଇଛି l ପାର୍ବଣ ଋତୁରେ କରାଚାରୀଙ୍କ ଖୁସିକୁ ଦ୍ୱିଗୁଣିତ କରିଛି କମ୍ପାନୀ l

2005ରେ ଆରମ୍ଭ ହୋଇଥିବା ଚେନ୍ନାଇର ଏକ ଟିମ୍ ଡିଟେଲିଂ ସଲ୍ୟୁସନ୍ ଏହାର କର୍ମଚାରୀମାନଙ୍କୁ 28 କାର୍ ଏବଂ 29 ବାଇକ୍ ଉପହାର ସ୍ୱରୂପ ଦେଇଛି। କମ୍ପାନୀ କହିଛି ଯେ ଏହା କର୍ମଚାରୀଙ୍କ ମନୋବଳ ବୃଦ୍ଧି କରିବ ଏବଂ ସେମାନେ ଏଥିରୁ ପ୍ରେରଣା ପାଇ ଅଧିକ ପରିଶ୍ରମ କରି ଉତ୍ପାଦନ ବୃଦ୍ଧି ଉପରେ ଧ୍ୟାନ ଦେବେ। ଟିମ୍ ଡିଟେଲିଂ ସଲ୍ୟୁସନ୍ ଗଠନମୂଳକ ଷ୍ଟିଲ୍ ଡିଜାଇନ୍ ଏବଂ ବିସ୍ତୃତ ସେବା ପ୍ରଦାନ କରେ l କମ୍ପାନୀର ୱେବସାଇଟ୍ ଅନୁଯାୟୀ, ଏହା ଏସଡ଼ିଏସ/ 2, ଟେକଲା, ଅଟୋ ସିଏଡି, ମ୍ୟାଥ ସିଏଡ଼ି, ଡେସ୍କନ ଏବଂ ଅଫିସ ଡକ୍ୟୁମେଣ୍ଟ୍ ସଫ୍ଟୱେରର ବ୍ୟବହାର କରେ l

କମ୍ପାନୀର ଏମଡି ଶ୍ରୀଧର କନ୍ନନ କହିଛନ୍ତି ଯେ ଆମେ କର୍ମଚାରୀମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କର କଠିନ ପରିଶ୍ରମକୁ ସମ୍ମାନ ଦେବା ଉଚିତ୍ l କମ୍ପାନୀ ପ୍ରତ୍ୟେକ କର୍ମଚାରୀଙ୍କୁ ତାଙ୍କର କାର୍ଯ୍ୟଦକ୍ଷତା ଏବଂ ଦୀର୍ଘ ବର୍ଷର ପରିଶ୍ରମକୁ ଆଧାର କରି ଉପହାର ଦେବାକୁ ଚେଷ୍ଟା କରିଛି l ଆମର କର୍ମଚାରୀମାନେ ପ୍ରତିବଦ୍ଧତା ଏବଂ ନିଷ୍ଠାର ସହିତ କମ୍ପାନୀର ଅଭିବୃଦ୍ଧିରେ ସହଯୋଗ କରିଛନ୍ତି l ଆମେ ସେମାନଙ୍କ ପାଇଁ ଗର୍ବିତ l ତେବେ କହିରଖୁଛୁ ଯେ ହୁଣ୍ଡାଇର ମାରୁତି ସୁଜୁକି ବ୍ୟତୀତ କମ୍ପାନୀ ଏହାର କର୍ମଚାରୀମାନଙ୍କୁ ମର୍ସିଡିଜ୍ ବେଞ୍ଜ ଭଳି ବିଳାସପୂର୍ଣ୍ଣ କାର ମଧ୍ୟ ଉପହାର ସ୍ୱରୂପ ଦେଇଛି।

ଶ୍ରୀଧର କନ୍ନନ ଆହୁରି ମଧ୍ୟ କହିଛନ୍ତି ଯେ ଆମର ସମ୍ପୂର୍ଣ୍ଣ ଆଶା ଅଛି ଯେ ବର୍ତ୍ତମାନ ସେ ଅଧିକ ଉତ୍ସାହର ସହିତ କାମ କରିବେ। ଅତୀତରେ ମଧ୍ୟ ଆମେ ଆମର କର୍ମଚାରୀମାନଙ୍କୁ ବାଇକ୍ ଉପହାର ଦେଇଛୁ l 2022 ମସିହାରେ, ଆମେ ଆମର ଦୁଇଜଣ ବରିଷ୍ଠ ସହକର୍ମୀଙ୍କୁ ଏକ କାର୍ ଉପହାର ଦେଇଥିଲୁ l ଆଜି ଆମେ 28 ଟି କାର୍ ଉପହାର ଦେଇଛୁ l ଏହା ବ୍ୟତୀତ 29 ଟି ବାଇକ୍ ମଧ୍ୟ ଦିଆଯାଇଛି। ଆମେ ସେମାନଙ୍କ ସ୍ୱପ୍ନକୁ ପୂରଣ କରିବାରେ ସାହାଯ୍ୟ କରୁଛୁ l ଯଦି କେହି ଚାହୁଁଥିବା କାରଠାରୁ ଅଧିକ ମହଙ୍ଗା କାର ଚାହୁଁଛନ୍ତି, ତେବେ ସେ ଅତିରିକ୍ତ ଟଙ୍କା ଦେଇ ଏହାକୁ କିଣି ପାରିବେ l ସେ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ବିବାହ ପାଇଁ କର୍ମଚାରୀଙ୍କୁ 50 ହଜାର ଟଙ୍କା ଲେଖାଏଁ ସାହାଯ୍ୟ ଦେଉଥିଲୁ। ବର୍ତ୍ତମାନ ଏହାକୁ ବଢ଼ାଇ 1 ଲକ୍ଷ କରାଯାଇଛି l ଆମେ ଆମ କମ୍ପାନୀରେ ଏକ ଉତ୍ତମ କାର୍ଯ୍ୟ ସଂସ୍କୃତି ସୃଷ୍ଟି କରିବାକୁ ଚାହୁଁଛୁ ବୋଲି କହିଛନ୍ତି କମ୍ପାନୀର ଏମଡି l

Leave A Reply

Your email address will not be published.