Latest Odisha News

BREAKING NEWS

ବିସର୍ଜନ ବେଳେ ଉତ୍ତେଜନା, ଜଣେ ମୃତ, ଜଣଙ୍କୁ ଗିରଫ କରିଛି ପୋଲିସ

ବାହରାଇଚ: ଉତ୍ତରପ୍ରଦେଶର ବାହରାଇଚର ହରଦି ଅଞ୍ଚଳରେ ଆଜି ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ବେଳେ ପଥର ମାଡ଼ ସାଙ୍ଗକୁ ଗୁଳି ମାଡ଼ ହୋଇଥିବା ଘଟଣା ସାମ୍ନାକୁ ଆସିଛି l ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ବୃଦ୍ଧି ପାଇବା ପରେ ପୋଲିସ ପହଞ୍ଚି ୩୦ ଜଣଙ୍କୁ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି।

ଦଶହରା ସରିବା ପରେ ଆଜି ମା’ଙ୍କ ମୂର୍ତ୍ତି ବିସର୍ଜନ ପାଇଁ ବାହରାଇଚରେ ଭସାଣି ଚାଲିଥିଲା। ଏହି ସମୟରେ ହରଦି ଅଞ୍ଚଳ ମହରାଜଗଞ୍ଜ ବଜାର ନିକଟରେ କିଛି ଯୁବକ ଗୀତ ବଜାଇବାକୁ ନେଇ ପାଟିତୁଣ୍ଡ କରିଥିଲେ। ଏହା ପରେ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା l କିଛି ଲୋକ ଶୋଭାଯାତ୍ରାରେ ଯାଉଥିବା ଲୋକଙ୍କ ଉପରକୁ ପଥର ମାଡ଼ କରିଥିଲେ l ଏଥିସହ ଗୁଳିମାଡ଼ ମଧ୍ୟ କରାଯାଇଥିଲେ। ତେବେ ଗୁଳିମାଡରେ ଜଣେ ୨୨ ବର୍ଷର ଯୁବକଙ୍କ ମୃତ୍ୟୁ ହୋଇଛି l ସେପଟେ ଉକ୍ତ ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଥିବା ବେଳେ ୩୦ରୁ ଅଧିକ ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ଗାଁରେ ବ୍ୟାପକ ପୋଲିସ ମୁତୟନ କରିଛି l

ସେପଟେ କାର୍ଯ୍ୟରେ ଅବହେଳା ପାଇଁ ହରଦି ଏସଏଚଓ ଏବଂ ଆଉଟପୋଷ୍ଟ ଇନଚାର୍ଜଙ୍କୁ ନିଲମ୍ବନ କରାଯାଇଛି। ଏହି ପ୍ରସଙ୍ଗରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଯେଉଁମାନେ ଶାନ୍ତ ପରିବେଶକୁ ନଷ୍ଟ କରୁଛନ୍ତି ସେମାନଙ୍କୁ ଆଦୌ ଛଡ଼ା ଯିବ ନାହିଁ। ହିଂସାକାଣ୍ଡ ଭିଆଇଥିବା ଲୋକେ ଏବଂ ଯାହାର ଅବହେଳା ଯୋଗୁ ଏଭଳି ଘଟଣା ଘଟିଛି ସେମାନଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ l

Leave A Reply

Your email address will not be published.