Latest Odisha News

BREAKING NEWS

କବାଡି ମ୍ୟାଚ ଖେଳୁଥିବା ବେଳେ ଖେଳାଳିଙ୍କ ମୃତ୍ୟୁ

ନୂଆପଡା : ନୂଆପଡା ଜିଲ୍ଲା କୋମନା ବ୍ଲକ ତରବୋଡ ଦୁର୍ଗାପୂଜା କମିଟି ପକ୍ଷରୁ ଚାଲିଥିଲା କବାଡି ମ୍ଯାଚ।  ଏହି ସମୟରେ ଘଟିଛି ବଡ ଅଘଟଣ । କବାଡି ମ୍ୟାଚ୍ ଖେଳୁଥିବା ସମୟରେ  ଜଣେ ଖେଳାଳିଙ୍କ ମୃତ୍ୟୁ ଘଟିଛି  ।  ମୃତ ଖେଳାଳି ଜଣଙ୍କ  ଛତିଶଗଡ ମହାସମୁନ୍ଦ ଜିଲ୍ଲା ଡୁଡୁମଚୁଆ ଗାଁର ଖଗେଶ୍ୱର ରାଠିଆ ବୋଲି ସୂଚନା ମିଳିଛି ।

ଆଜି ସକାଳେ ମହାସମୁନ୍ଦ ଜିଲ୍ଲା ସୋନିଷ୍ଟାର ପୋଟାପାରା ଏବଂ ନୂଆପଡା ଜିଲ୍ଲା ହାତୀସରା ଟିମ ମଧ୍ୟରେ ଫାଇନାଲ  କବାଡି ପ୍ରତିଯୋଗିତା ଚାଲିଥିଲା ।  ମହାଶମୁନ୍ଦ ଜିଲ୍ଲା ସୋନିଷ୍ଟାର ପୋଟିପରା ଟିମ ପକ୍ଷରୁ ଖେଳୁଥିଲେ ଖଗେଶ୍ୱର । ଏହି ସମୟରେ ଖଗେଶ୍ୱର ହଠାତ୍ ଅସୁସ୍ଥ ହୋଇ ତଳେ ପଡ଼ିଯାଇଥିବ ଦେଖିବାକୁ ମିଳିଥିଲା  ।

ଏହାପରେ ଖେଳାଳିମାନେ ତୁରନ୍ତ ଖଗେଶ୍ୱରଙ୍କୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ତରବୋଡ଼ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଥିଲା ।  ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ଖଗେଶ୍ୱରଙ୍କୁ ମୃତ ଘୋଷଣା କରିଥିଲେ।  କୋମନା ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.