Latest Odisha News

BREAKING NEWS

ଦିଲ୍ଲୀ ହୋକ୍ସ କଲରେ ପ୍ରଭାବିତ ହୋଇନି ଭୁବନେଶ୍ୱରର କୌଣସି ବିମାନ: ବିମାନ ବନ୍ଦର ନିର୍ଦେଶକ

ଭୁବନେଶ୍ୱର: ବିମାନ ବନ୍ଦର ଗୁଡ଼ିକୁ ଆସିଥିବା ହୋକ୍ସ କଲ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭୁବନେଶ୍ୱର ବିମାନ ବନ୍ଦର ନିର୍ଦେଶକ ପ୍ରସନ୍ନ ପ୍ରଧାନ l ଦିଲ୍ଲୀରେ ହୋଇଥିବା ହୋକ୍ସ କଲ ନେଇ ଭୁବନେଶ୍ୱରରେ କୌଣସି ବିମାନ ପ୍ରଭାବିତ ହୋଇନି l କୌଣସି ପ୍ଲେନ ଯିବା କି ଆସିବାରେ ବିଳମ୍ବ ହୋଇନି ବୋଲି କହିଛନ୍ତି ନିର୍ଦେଶକ ପ୍ରସନ୍ନ ପ୍ରଧାନ l

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏପରି ହୋକ୍ସ କଲ ବା ବିମାନରେ ବମ ଥିବା ନେଇ ଫେକ କଲ ପାଇଁ ପଞ୍ଜିକୃତ ବିମାନ ବନ୍ଦର ଗୁଡିକରେ ଏକ ବମ ଥ୍ରେଟ କଣ୍ଟିଜେନସି ପ୍ଲାନ ରହିଛି l ଏହାକୁ ବିସିଏ ଅନୁମୋଦନ ଦେଇଥାଏ l ତା ହିସାବରେ ବିମାନ ବନ୍ଦର ସୁରକ୍ଷା ଏଜେନସି, ବିମାନ ସେବା ଦାୟିତ୍ୱ ନିର୍ବାହ କରନ୍ତି l ଏପରି କଲ ଆସିଲେ ପ୍ରଥମେ ବମ ଥ୍ରେଟ ଆସେସମେଣ୍ଟ କମିଟିକୁ ଜଣାଯାଏ ଓ ମେସେଜର ସମୀକ୍ଷା କରାଯାଏ l ଯାହାଦ୍ୱାରା କଲର ସତ୍ୟତା ପରଖା ଯାଇଥାଏ l ତେବେ ଯଦି କଲଟି ସତ ହୁଏ ତେବେ ସବୁ ବିମାନ ସ୍କାନ ହେବ ସହ ଲୋକଙ୍କ ବ୍ୟାଗ ସ୍କାନ କରାଯାଏ l ଏହିକାରଣରୁ ବିମାନ ବନ୍ଦରରେ ପ୍ରତିବନ୍ଧକ ବଢ଼େ ଓ ବିମାନ ସେବା ବିଳମ୍ବ ହେବାରୁ ଯାତ୍ରୀ ହଇରାଣ ହୁଅନ୍ତି l ହୋକ୍ସ କଲକୁ ଆଇନ ଏନ୍ଫୋର୍ସମେଣ୍ଟ ଏଜେନସି ବୁଝେ l କଲର ସତ୍ୟତା ଥାଉ କି ନଥାଉ, କଲ ଆସିଲେ ଆମେ ସତର୍କତା ଅଵଲମ୍ବନ କରୁ ବୋଲି କହିଛନ୍ତି ନିର୍ଦେଶକ ପ୍ରସନ୍ନ ପ୍ରଧାନ l

 

Leave A Reply

Your email address will not be published.