Latest Odisha News

ସଚିନ, ଗାଭାସ୍କର, ଡ୍ରାଭିଡଙ୍କ ରେକର୍ଡ ଭାଙ୍ଗି ପାରିଲେନି କୋହଲି

ବେଙ୍ଗାଲୁର: ଟେଷ୍ଟ କ୍ରିକେଟରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ୯୦୦୦ ରନ ପୂର୍ଣ୍ଣ କରିଛନ୍ତି । ସେ ୪ର୍ଥ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଏହି ସଫଳତା ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ସୁନୀଲ ଗାଭାସ୍କର ଓ ରାହୁଲ ଡ୍ରାଭିଡ ୯୦୦୦ ରନ ମାର୍କ ଛୁଇଁଥିଲେ । ଇନିଂସ ଦୃଷ୍ଟିକୋଣରୁ କୋହଲି ଏହି ୩ ମହାନ ଖେଳାଳିଙ୍କଠାରୁ ପଛରେ ରହି ଯାଇଛନ୍ତି । କୋହଲି ୧୯୭ ଇନିଂସରେ ୯୦୦୦ ରନ ପୂର୍ଣ୍ଣ କରିଥିଲେ । ଅପରପକ୍ଷରେ ସଚିନ ୧୭୯ ଇନିଂସରେ, ଡ୍ରାଭିଡ(୧୭୬) ଓ ଗାଭାସ୍କର ୧୯୨ ପାରୀରେ ଏହି କୀର୍ତିମାନ ହାସଲ କରିଥିଲେ ।

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ତୃତୀୟ ଦିବସରେ କୋହଲି ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରିଥିଲେ । ଦ୍ୱିତୀୟ ଇନିଂସର ୪୨ ତମ ଓଭରରେ ସେ ସିଙ୍ଗଲ ନେବା ସହ ୯୦୦୦ ରନ ପୂର୍ଣ୍ଣ କରିଥିଲେ । କୋହଲି ୭୦ ରନ କରିଥିବା ବେଳେ ତୃତୀୟ ଦିବସର ଶେଷ ବଲରେ ଆଉଟ ହୋଇ ଯାଇଥିଲେ । ଯାହାକି ସମସ୍ତଙ୍କୁ ନିରାଶ କରିଛି । ପ୍ରଥମ ଇନିଂସରେ ୪୬ ରନରେ ଅଲଆଉଟ ହେବା ପରେ ଟିମ ଇଣ୍ଡିଆ ମ୍ୟାଚକୁ ପ୍ରତ୍ୟାବର୍ତନ କରିଛି ।

Leave A Reply

Your email address will not be published.