Latest Odisha News

BREAKING NEWS

ପୁରୀରୁ ୪୦୦ ଗ୍ରାମରୁ ଅଧିକ ବ୍ରାଉନସୁଗର ଜବତ 

ପୁରୀ: ପୁରୀ ବାସେଳୀ ସାହି ଥାନା ଅଞ୍ଚଳରୁ ୪୦୪ ଗ୍ରାମର ବ୍ରାଉନସୁଗର ଜବତ କରିଛି ପୁରୀ ପୋଲିସ।

ସୂଚନା ଅନୁଯାୟୀ, ଶ୍ରୀ ସେତୁ ନିକଟରେ ବ୍ରାଉନସୁଗର ବିକ୍ରି କରାଯାଉଥିବା ଖବର ପାଇ ବାସେଳୀ ସାହି ଥାନା ପୋଲିସ ଚଢ଼ାଉ କରି ୩ଜଣକୁ ଗିରଫ କରିଛି।

ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ମହିଳା ଏବଂ ଜଣେ ପୁରୁଷ ରହିଛନ୍ତି। ଗିରଫ ଅଭିଯୁକ୍ତଙ୍କ ଠାରୁ ୪୦୪ ଗ୍ରାମ ବ୍ରାଉନସୁଗର, ୫ଟି ମୋବାଇଲ, ଗୋଟିଏ ବୁଲେଟ୍, ଗୋଟିଏ ଲାପଟପ ଏବଂ ଗୋଟିଏ ଟାବଲେଟ ଜବତ କରିଛି ପୋଲିସ।

ଏନେଇ ଟାଉନ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୋଲିସ ପକ୍ଷରୁ କୁହାଯାଇଛି ଯେ, ଅଭିଯୁକ୍ତ ମାନେ ହେଲେ ପୁରୀର ରାଜେଶ ପଣ୍ଡା, ଝରଣା ପଣ୍ଡା ଏବଂ ଦୁର୍ଗା ପଣ୍ଡାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସହରରେ ଅପରାଧ ଏବଂ ନିଶା କାରବାର ଉପରେ କଡା ନଜର ରଖିଛି ପୁରୀ ପୋଲିସ। ସମ୍ମିଳନୀରେ ସଦର ଏସଡିପିଓ ରବିନାରାୟଣ ଭଞ୍ଜ, ଟାଉନ ଥାନାଧିକାରୀ ସୁନିଲ ପ୍ରଧାନ, ବାସେଳି ସାହି ଥାନାଧିକାରୀ ମାନସ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.