Latest Odisha News

BREAKING NEWS

ସାଉଦି ଆରବରେ ହୋଇପାରେ ଆଇପିଏଲର ମେଗା ନିଲାମ

ମୁମ୍ବାଇ: ଆଇପିଏଲ ୨୦୨୫ ମେଗା ନିଲାମ ସାଉଦି ଆରବରେ ହୋଇପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଆସନ୍ତା ମାସ ୨୪ ଓ ୨୫ରେ ଏହି ନିଲାମ ପ୍ରକ୍ରିୟା ଆୟୋଜିତ ହେବ । ରିୟାଦ ସହରରେ ଆଇପିଏଲ ନିଲାମ କରିବା ପାଇଁ ବିସିସିଆଇ ବିଚାର କରୁଛି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି । ଅବଶ୍ୟ ବିଧିବଦ୍ଧ ଭାବେ ଏ ନେଇ କୌଣସି ବୟାନ ବିସିସିଆଇ ପକ୍ଷରୁ ଜାରୀ କରାଯାଇ ନାହିଁ । ବିସିସିଆଇର ଏକ ଦଳ ଇତି ମଧ୍ୟରେ ଦୁବାଇ ଗସ୍ତରେ ଯାଇ ଫେରି ଆସିଛନ୍ତି । ଆଉ ଏକ ସ୍କ୍ୱାଡ ଖୁବ ଶୀଘ୍ର ଦୁବାଇ ଯିବ । ଏହା ପରେ ନିଲାମ କେଉଁଠାରେ ହେବ ତାହା ସ୍ପଷ୍ଟ ହୋଇପାରିବ ।

ବିସିସିଆଇ ଦୁବାଇ, ସିଙ୍ଗାପୁର ଓ ଲଣ୍ଡନରେ ଏହାକୁ ଆୟୋଜନ କରିବା ନେଇ ବିଚାର କରିଥିଲେ ମଧ୍ୟ ଏବେ ଏଥିରୁ ଓହରି ଯାଇଛି । ଅକ୍ଟୋବର ୩୧ ଖେଳାଳି ରିଟେନସନ ପାଇଁ ଧାର୍ଯ୍ୟ ତାରିଖ ଘୋଷଣା କରାଯାଇଛି । ସନ୍ଧ୍ୟା ୫ଟା ମଧ୍ୟରେ ଟିମ ସେମାନଙ୍କ ଖେଳାଳି ତାଲିକା ବିସିସିଆଇ ନିକଟକୁ ପଠାଇବେ । ସୂଚନାଯୋଗ୍ୟ, ଭାରତୀୟ କ୍ରିକେଟ ଟିମ ଏବେ ନ୍ୟୁଜିଲାଣ୍ଡ ଏବଂ ପରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ବ୍ୟସ୍ତ ରହିବ । ଅଷ୍ଟ୍ରେଲିଆରେ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ ପର୍ଥରେ ନଭେମ୍ବର ୨୨ରୁ ଖେଳାଯିବ ।

Leave A Reply

Your email address will not be published.