Latest Odisha News

BREAKING NEWS

ଦ୍ୱିତୀୟ ଟେଷ୍ଟ ପାଇଁ ଉପଲବ୍ଧ ହେବେ ପନ୍ତ, ଗିଲ

ପୁଣେ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ପୁଣେରେ ଖେଳାଯିବ । ପ୍ରଥମ ଟେଷ୍ଟରେ ପରାଜିତ ହୋଇଥିବା ଟିମ ଇଣ୍ଡିଆ ଏହି ମ୍ୟାଚକୁ ଜିତିବା ପାଇଁ ଆପ୍ରାଣ ଉଦ୍ୟମ କରିବ । ଷ୍ଟାର ୱିକେଟକିପର ରିଷଭ ପନ୍ତ ଓ ଶୁଭମନ ଗିଲ ଆଘାତ ସମସ୍ୟାରେ ପଡିଥିବାରୁ ସେମାନଙ୍କ ଖେଳିବା ନେଇ ସଂଶୟ ରହିଥିଲା । ତେବେ ଏହି ଦୁଇ ଖେଳାଳି ଦ୍ୱିତୀୟ ଟେଷ୍ଟ ପାଇଁ ଉପଲବ୍ଧ ହେବେ ବୋଲି ଟିମ ମ୍ୟାନେଜମେଂଟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପ୍ରଥମ ଟେଷ୍ଟ ଅବସରରେ ପନ୍ତଙ୍କ ଆଂଠୁରେ ବଲ ବାଜିଥିଲା । ସେହିପରି ଗିଲ ବେକରେ ଯନ୍ତ୍ରଣା ଅନୂଭବ କରୁଥିଲେ । ସେଥିପାଇଁ ଗିଲ ପ୍ରଥମ ଟେଷ୍ଟରେ ଖେଳିପାରି ନ ଥିଲେ ।

ଉଭୟ ଖେଳାଳି ଫିଟ ଅଛନ୍ତି ଏବଂ ଦ୍ୱିତୀୟ ଟେଷ୍ଟ ଖେଳିବାରେ କୌଣସି ଅସୁବିଧା ନାହିଁ ବୋଲି ଅଧିନାୟକ ରୋହିତ ଶର୍ମା କହିଛନ୍ତି । ବଲ ବାଜିବା ପରେ ପନ୍ତ ବ୍ୟାଟିଂ କରିଥିଲେ ସୁଦ୍ଧା ୱିକେଟ କିପିଂ କରି ନ ଥିଲେ । ୩ ମ୍ୟାଚ ବିଶିଷ୍ଟ ସିରିଜରେ ନ୍ୟୁଜିଲାଣ୍ଡ ୧-୦ର ଅଗ୍ରଣୀ ହାସଲ କରିଛି । ସିରିଜ ବଂଚାଇବା ସହ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପ୍ରବେଶ ସମ୍ଭାବନାକୁ ବଜାୟ ରଖିବା ପାଇଁ ଭାରତକୁ ଏହି ମ୍ୟାଚରେ ଜିତିବା ଜରୁରୀ ହୋଇ ପଡିଛି ।

Leave A Reply

Your email address will not be published.