Latest Odisha News

ଆସନ୍ତୁ ଜାଣିବା ରୋହିତ କାହିଁକି ସଞ୍ଜୁ ସାମସନଙ୍କୁ କହିଲେ ତୁମେ ମୋତେ ମନେ ମନେ ଗାଳି ଦେଉଛ

ବେଙ୍ଗାଲୁର: ନିକଟରେ ଏକ ସାକ୍ଷାତକାରରେ ଭାରତର ୱିକେଟକିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏକ ବଡ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, ଟି୨୦ ବିଶ୍ୱକପ ଫାଇନାଲରେ ସେ ଖେଳିବା ଏକପ୍ରକାର ନିଶ୍ଚିତ ହୋଇ ଯାଇଥିଲା । ଏପରିକି ତାଙ୍କୁ ପ୍ରସ୍ତୁତ ରହିବା ପାଇଁ ମଧ୍ୟ କୁହାଯାଇଥିଲା । ତେବେ ଶେଷ ମୂହର୍ତରେ ତାଙ୍କୁ ଚୂଡାନ୍ତ ଏକାଦଶରୁ ବାଦ ଦିଆଯାଇଥିଲା । ଏହା ଶୁଣିବା ପରେ ସଞ୍ଜୁ ନିରାଶ ହୋଇ ପଡିଥିଲେ । ଠିକ ସେ ସମୟରେ ଅଧିନାୟକ ରୋହିତ ଶର୍ମା ତାଙ୍କ ପାଖକୁ ଆସି ନ ଖେଳାଇବାର କାରଣ କହିଥିଲେ । ସଞ୍ଜୁ କହିଥିଲେ, ଆପଣ ମ୍ୟାଚ ଖେଳିବାକୁ ଯାଆନ୍ତୁ । ଜିତିବା ପରେ କଥା ହେବା । ରୋହିତ ଏହା ଶୁଣି ପଳାଇ ଯାଇଥିଲେ ।

କିଛି ସମୟ ପରେ ସେ ପୂନର୍ବାର ମୋ ପାଖକୁ ଆସିଥିଲେ, ଏହା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି । ସେ କହିଥିଲେ, ମୋତେ ଲାଗିଲା ତୁ ମୋତେ ମନେ ମନେ ଗାଳି ଦେଉଛୁ । ନାଇଁ ଭାଇ ସେମିତି କିଛି ନାହିଁ । ତା ପରେ ଆମେ ଦୁଇ ଜଣ ପ୍ରାୟ ୧୦ ମିିନିଟ କଥା ହେଇଥିଲୁ ବୋଲି ସଞ୍ଜୁ କହିଥିଲେ । ରୋହିତ ଭାଇଙ୍କ ନେତୃତ୍ୱରେ ଫାଇନାଲ ଖେଳି ନ ପାରିବା ମୋତେ ବ୍ୟଥିତ କରିଥିଲା । ତାଙ୍କ ପରି ଜଣେ ଖେଳାଳି ମୋ ସହିତ ଯେଉଁ ଭଳି ଭାବେ କଥା ହେଲା ତାହା ମୋ ମନକୁ ଛୁଇଁଥିଲା । ସେ ଅନ୍ୟମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି ମୋର ହୃଦୟଙ୍ଗମ ହୋଇଥିଲା । ଫାଇନାଲରେ ଭାରତ ୭ ରନରେ ଦକ୍ଷିଣ ଆଫ୍ରିକାକୁ ହରାଇ ଚାମ୍ପିୟନ ହୋଇଥିଲା ।

Leave A Reply

Your email address will not be published.