Latest Odisha News

ଅବସର ନିଷ୍ପତିରୁ ଓହରିବେ କି ୱାର୍ଣ୍ଣର

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର ଅବସର ନିଷ୍ପତିରୁ ଓହରିବା ନେଇ ସୂଚନା ଦେଇଛନ୍ତି । ଏପରିକି ଯଦି ସମ୍ଭବ ହୁଏ ତେବେ ଭାରତ ବିପକ୍ଷ ଟେଷ୍ଟ ସିରିଜରେ ଖେଳିବା ନେଇ ଆଶା ବ୍ୟକ୍ତ କରିଛନ୍ତି । ଚଳିତ ବର୍ଷ ଜାନୁୟାରୀରେ ସେ ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ । ତେବେ ତାଙ୍କ ମନ କ୍ରିକେଟକୁ ଫେରିବା ନେଇ ବ୍ୟାକୂଳ ହେଉଥିବା ଜଣାପଡିଛି । ନଭେମ୍ବର ୨୨ରୁ ଏହି ସିରିଜ ଆରମ୍ଭ ହେବ । ଯଦି ମୋତେ ସୁଯୋଗ ମିଳିବ ମୁଁ ମନା କରିବି ନାହିଁ ବୋଲି ଏହି ୩୮ ବର୍ଷୀୟ ବ୍ୟାଟ୍ସମ୍ୟାନଜଣଙ୍କ କହିଛନ୍ତି । ଏବେ କେବଳ ଫୋନକୁ ଅପେକ୍ଷା କରିଛି ।

ଅଷ୍ଟ୍ରେଲିଆ ଚୟନ କମିଟି ଏବେ ଉସମାନ ଖ୍ୱାଜାଙ୍କ ସହ କିଏ ଓପନିଂ କରିବେ ସେ ନେଇ ଦ୍ୱନ୍ଦ୍ୱରେ ରହିଛି । ଷ୍ଟିଭ ସ୍ମିଥ ୪ର୍ଥ ନମ୍ବର ସ୍ଥାନରେ ବ୍ୟାଟିଂ କରିବେ ବୋଲି ଚୟନ କମିଟି ପକ୍ଷରୁ ସ୍ପଷ୍ଟ କରାଯାଇଛି । ୧୯ ବର୍ଷୀୟ ସାମ କୋଷ୍ଟାସ ଓ ମାର୍କସ ହ୍ୟାରିସଙ୍କ ନାମ ଓପନିଂ ପାଇ ଉଠୁଥିଲେ ମଧ୍ୟ ତାହା ସ୍ପଷ୍ଟ ହୋଇ ପାରିନି । ଯଦି ଚୟନ କମିଟି ଅଭିଜ୍ଞତାକୁ ଗୁରୁତ୍ୱ ଦେବେ ତାହାହେଲେ ୱାର୍ଣ୍ଣରଙ୍କ ଫେରିବା ଅସମ୍ଭବ ନୁହେଁ ବୋଲି କୁହାଯାଉଛି ।

Leave A Reply

Your email address will not be published.