Latest Odisha News

BREAKING NEWS

ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଖୁସିରେ ବଞ୍ଚନ୍ତୁ ଯେପରିକି ଏହା ଆପଣଙ୍କର ଶେଷ ଦିନ: ହିନା

ମୁମ୍ବାଇ: ଟିଭି ଇଣ୍ଡଷ୍ଟ୍ରୀରୁ ବଲିଉଡ ପର୍ଯ୍ୟନ୍ତ ଯାତ୍ରା କରିଥିବା ହିନା ଖାନ ଆଜିକାଲି କ୍ୟାନ୍ସର ରୋଗ ସହ ଲଢୁଛନ୍ତି । ତେବେ ଅଭିନେତ୍ରୀଙ୍କ ପାଇଁ ଏହା ଅତ୍ୟନ୍ତ କଷ୍ଟକର ସମୟ । କିଛି ଦିନ ପୂର୍ବରୁ ହିନା ଫ୍ୟାନ୍ସଙ୍କ ସହ ଏହା ସେୟାର କରିଥିଲେ ଯେ ତାଙ୍କୁ ବ୍ରେଷ୍ଟ କ୍ୟାନ୍ସର ହୋଇଛି ଏବଂ ସେ ଷ୍ଟେଜ୍‌-୩ରେ ଅଛନ୍ତି । ଏହି ଖବର ସାମ୍ନାକୁ ଆସିବା ମାତ୍ରେ ତାଙ୍କ ପ୍ରଶଂସକ ବହୁତ ଦୁଃଖିତ ହୋଇଯାଇଥିଲେ । ବର୍ତ୍ତମାନ ଅଭିନେତ୍ରୀ ଏହି କଷ୍ଟ ସମୟରେ ମଧ୍ୟ ସାହସ ଦେଖାଉଛନ୍ତି ଏବଂ ହସିବା ସହିତ ପ୍ରତ୍ୟେକ ଅସୁବିଧାର ସମ୍ମୁଖୀନ କରୁଛନ୍ତି । ଅଭିନେତ୍ରୀ ସୋସିଆଲ ମିଡିଆରେ ତାଙ୍କ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପ୍ରତ୍ୟେକ ଅପଡେଟ୍ ମଧ୍ୟ ସେୟାର କରୁଛନ୍ତି ।

କିଛି ଦିନ ପୂର୍ବରୁ ସେ ତାଙ୍କର ଶେଷ କେମୋ ନେଇଥିଲେ । ସେତେବେଳେ ସେ ତାଙ୍କର ଆଖି ପତା ସେୟାର କରି ଏବ ପ୍ରେରଣା ଦାୟକ ପୋଷ୍ଟ କରିଥିଲେ । ତେବେ ଗୁରୁତର ଅସୁସ୍ଥତାର ଶିକାର ହୋଇନଥିବା ହିନା ଖାନ ଏବେ ମାଲଦ୍ଵୀପରେ ଛୁଟି କାଟୁଛନ୍ତି । ସେଠାରୁ ଅନେକ ଫଟୋ ସେୟାର କରିଛନ୍ତି ହିନା । ଏହି ଫଟୋ ଗୁଡିକ ଦେଖି ପ୍ରଶଂସକମାନେ ହିନାଙ୍କ ସାହାସ ବଢାଇବା ସହ ତାଙ୍କୁ ଅନେକ ଭଲପାଇବା ଦେଉଛନ୍ତି ଏବଂ ତାଙ୍କ ଆରୋଗ୍ୟକୁ ପାଇଁ ପ୍ରାର୍ଥନା କରୁଛନ୍ତି ।

ଅଭିନେତ୍ରୀ ସମୁଦ୍ର କୂଳର ଅନେକ ଫଟୋ ପୋଷ୍ଟ କରିଛନ୍ତି । କେବଳ ସେତିକି ନୁହେଁ ମାଲଦ୍ଵୀପରେ ତାଙ୍କର ଖାଇବା ପିଇବା ଠାରୁ ଆରମ୍ଭ କରି ସବୁ କାର୍ଯ୍ୟର ଫଟୋ ସେୟାର କରିଛନ୍ତି । ଫଟୋ ଗୁଡିକ ସେୟାର କରି “ମୁଁ ଏବେ ବଞ୍ଚିବା ଶିଖିଛି । ଜୀବନର ପ୍ରତ୍ୟକ ମୁହୂର୍ତ୍ତକୁ ଊପଭୋଗ କରନ୍ତୁ ଏବଂ ଖୁସିରେ ବଞ୍ଚନ୍ତୁ ଯେପରିକି ଏହା ଆପଣଙ୍କର ଶେଷ ଦିନ ହେବ” ବୋଲି ଲେଖିଛନ୍ତି ହିନା । ଫଟୋଗୁଡିକରେ ହିନା ବହୁତ ସୁନ୍ଦର ଲାଗୁଛନ୍ତି ।

Leave A Reply

Your email address will not be published.