Latest Odisha News

ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ଆଶ୍ବସ୍ତି, ବମ୍ବେ ହାଇକୋର୍ଟ ଦେଲେ ଜାମିନ

ମୁମ୍ବାଇ: ବ୍ୟବସାୟୀ ଜୟା ଶେଟ୍ଟୀଙ୍କ ହତ୍ୟା ମାମଲାରେ ବମ୍ବେ ହାଇକୋର୍ଟ ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଚଳିତ ବର୍ଷ ଆରମ୍ଭରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

ଜୟା ଶେଟ୍ଟୀଙ୍କୁ ୪ ମେ ୨୦୦୧ରେ ହତ୍ୟା କରାଯାଇଥିଲା। ଯେଉଁ ଘଟଣାରେ ରାଜନଙ୍କୁ ଦଣ୍ଡ ଶୁଣାଣି କରାଯାଇଥିଲା। ବମ୍ବେ ହାଇକୋର୍ଟଙ୍କ ପକ୍ଷରୁ ଏବେ ଛୋଟା ରାଜନଙ୍କୁ ଜାମିନ ପ୍ରଦାନ କରାଯାଇଛି।

ଜଷ୍ଟିସ୍ ରେବତୀ ମୋହିତେ ଡେରେ ଏବଂ ଜଷ୍ଟିସ୍ ପୃଥ୍ୱୀରାଜ ଚୌହ୍ବାନଙ୍କ ଏକ ଖଣ୍ଡପୀଠ ରାଜନଙ୍କୁ ୧ ଲକ୍ଷ ଟଙ୍କା ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ମେ’ ୩୦ ତାରିଖରେ ଏକ ସ୍ୱତନ୍ତ୍ର ମୋକକା ଅଦାଲତ ଛୋଟା ରାଜନ ଓ ଏଥିରେ ସମ୍ପୃକ୍ତ ଥିବା ଅନ୍ୟ କିଛି ଲୋକଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ।

 

Leave A Reply

Your email address will not be published.