Latest Odisha News

BREAKING NEWS

୨୦ ଟଙ୍କା ପାଇଁ ଝିଅକୁ ମାରିଦେଲା ସାବତ ମା’

ଭୁବନେଶ୍ୱର: ନୟାଗଡ଼ ଜିଲ୍ଲା ଫତେଗଡ ଥାନା ଅନ୍ତର୍ଗତ ପୋଡାସାହି ଗ୍ରାମରେ ୨୦ ଟଙ୍କାର ଦହି ବରା ଖାଇଦେବାରୁ ଜଣେ ନାବାଳିକା ଝିଅକୁ ପିଟିପିଟି ହତ୍ୟା କରିଛି ସାବତ ମା’। ପୋଲିସ ଏହି ଘଟଣାରେ ଗୁରୁବାର ମହିଳାଙ୍କୁ ଅଟକ ରଖିଛି।

ମୃତକ ଜଣକ ନବମ ଶ୍ରେଣୀର ଛାତ୍ରୀ ତୁଳସୀ (୧୪) ବୋଲି ଜଣାପଡିଛି।

ସୂଚନାନୁସାରେ, ସେହି ଗାଁର ସୁକୁଟା ସ୍ବାଇଁ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ କାଲାପଙ୍ଗୀ ଗାଁର ମାଣ୍ଡାଙ୍କୁ ବିବାହ କରିଥିଲେ। ଝିଅକୁ ମାରିବା ପରେ ମୃତଦେହକୁ ପରିବାର ସଦସ୍ୟଙ୍କ ସାହାଯ୍ୟରେ ଏକ ନିକାଞ୍ଚନ ସ୍ଥାନରେ ପୋତି ଦେବାକୁ ଚେଷ୍ଟା କରୁଥିବା ବେଳେ ଧରା ପଡିଛନ୍ତି।

 

Comments are closed.