Latest Odisha News

ରଣଜୀ ଟ୍ରଫି: ଓଡିଶା ୧୯୩ରେ ଅଲଆଉଟ

ଭଦୋଦରା: ଏଲିଟ ଗ୍ରୁପ ଏ ରଣଜୀ ଟ୍ରଫି ମୁକାବିଲାରେ ବରୋଦା ବିପକ୍ଷରେ ଓଡିଶା କ୍ରିକେଟ ଟିମ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଓଡିଶା ପ୍ରଥମ ଇନିଂସରେ ୧୯୩ ରନ କରି ଅଲଆଉଟ ହୋଇଯାଇଛି । ଏହାର ଜବାବରେ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ବରୋଦା ଗୋଟିଏ ୱିକେଟ ହରାଇ ୫୦ ରନ ସଂଗ୍ରହ କରିନେଇଛି । ଶିବଲିକ ଶର୍ମା ୨୮ ଓ ଶାଶ୍ୱତ ରାୱତ ୧୭ ରନ କରି ଅପରାଜିତ ରହିଛନ୍ତି । ଗୋବିନ୍ଦ ପୋଦ୍ଦାର ଜ୍ୟୋତ୍ସନିଲ ସିଂଙ୍କୁ ୫ ରନରେ ଆଉଟ କରିଥିଲେ । ଓଡିଶା ପକ୍ଷରୁ ବିପ୍ଲବ ସାମନ୍ତରାୟ ସର୍ବାଧିକ ୫୮ ରନ ସଂଗ୍ରହ କରିଥିଲେ । ଆଶୀର୍ବାଦ ସ୍ୱାଇଁ ୩୭ ଓ ଶାନ୍ତନୁ ମିଶ୍ର ୨୩ ରନ ହାସଲ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିପାରି ନ ଥିଲେ ।

ମହେଶ ପିଥିୟା ୬୧ ରନରେ ଓଡିଶାର ୫ଟି ୱିକେଟ ହାସଲ କରି ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ଭାର୍ଗବ ଭଟ୍ଟ ଓ ଆକାଶ ସିଂ ୨ଟି ଲେଖାଏଁ ୱିକେଟ ନେଇଥିଲେ । ଟସ ଜିତି ଓଡିଶା ଅଧିନାୟକ ଗୋବିନ୍ଦ ପୋଦ୍ଦାର ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲେ ।

Leave A Reply

Your email address will not be published.