Latest Odisha News

BREAKING NEWS

ପୁଣି ସଲମାନ ଖାନ ଓ ଜିଶାନ ସିଦ୍ଦିକଙ୍କୁ ମିଳିଲା ହତ୍ୟା ଧମକ

ମୁମ୍ବାଇ: ଅଭିନେତା ସଲମାନ ଖାନ ଏବଂ ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକଙ୍କୁ ପୁଣିଥରେ ହତ୍ୟା ଧମକ ଦିଆଯାଇଛି। ଏହି ଧମକପୂର୍ଣ୍ଣ କଲ ଜିଶାନ ସିଦ୍ଦିକିଙ୍କ ବାନ୍ଦ୍ରା ଇଷ୍ଟ ସ୍ଥିତ ଜନସମ୍ପର୍କ କାର୍ଯ୍ୟାଳୟକୁ ଆସିଛି। ପୋଲିସର ସୂଚନା ଅନୁସାରେ ଏହି ଧମକ ପୂର୍ଣ୍ଣ କଲ ଗତ ଶୁକ୍ରବାର ଆସିଥିଲା l ଫୋନରେ ଧମକ ଦେଇଥିବା ବ୍ୟକ୍ତି ଜଣଙ୍କ ଅଭିନେତା ସଲମାନ ଖାନ ଏବଂ ବିଧାୟକ ଜିଶାନ ସିଦ୍ଦିକିଙ୍କୁ ହତ୍ୟା କରିବାକୁ ଧମକ ଦେବା ସହ ଟଙ୍କା ମାଗିଥିଲେ । ଏହାପରେ ପୋଲିସ ଛାନଭିନ ଆରମ୍ଭ କରିଥିଲା l ଶେଷରେ କଲ କରିଥିବା ବ୍ୟକ୍ତିକୁ ଉତ୍ତରପ୍ରଦେଶରୁ ଗିରଫ କରିଛି ପୋଲିସ ।

ଏହି ଘଟଣାରେ ଜିଶାନ ସିଦ୍ଦିକିଙ୍କ ଅଫିସ କର୍ମଚାରୀଙ୍କ ଦ୍ୱାରା ଦିଆଯାଇଥିବା ଅଭିଯୋଗ ଆଧାରରେ ନିର୍ମଳ ନଗର ପୋଲିସ ଷ୍ଟେଶନରେ ଅଜଣା ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। କିନ୍ତୁ ଯେତେବେଳେ ଏହି ଘଟଣାର ଅନୁସନ୍ଧାନ କରାଯାଇଥିଲା ସେତେବେଳେ କଲ କରୁଥିବା ବ୍ୟକ୍ତି ନୋଏଡାର ବୋଲି ଜଣାପଡିଥିଲା। ମୁମ୍ବାଇ ପୋଲିସ ଅଭିଯୁକ୍ତକୁ ନୋଏଡାରୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ୨୦ ବର୍ଷୀୟ ଗୁରୁଫାନ ଖାନ ବୋଲି ଜଣାପଡିଛି। ତେବେ ପୋଲିସର କହିବା ଅନୁସାରେ, ଧମକ ଦେଇଥିବା ବ୍ୟକ୍ତି ସିଧାସଳଖ ଟଙ୍କା ମାଗି ନାହାଁନ୍ତି, କିନ୍ତୁ ଏହି ଉଦ୍ଦେଶ୍ୟରେ କିଛି ଟଙ୍କା ପାଇବା ତାଙ୍କର ଉଦ୍ଦେଶ୍ୟ ଥିଲା ।

କହିରଖୁଛୁ ଯେ, କିଛି ଦିନ ପୂର୍ବେ ଜିଶାନ ସିଦ୍ଦିକିଙ୍କ କାର୍ଯ୍ୟାଳୟ ବାହାରେ ତାଙ୍କ ବାପା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ତେବେ ସଲମାନ ଖାନଙ୍କ ସହ ତାଙ୍କର ଘନିଷ୍ଠତା ହେତୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତାଙ୍କୁ ହତ୍ୟା କରିଥିବା ନେଇ କୁହାଯାଉଥିଲା। ଏହାପରେ ବିଷ୍ଣୋଇ ଗ୍ୟାଙ୍ଗ ମଧ୍ୟ ନିଜର ଦୋଷ ସ୍ୱୀକାର କରିଥିଲା l ଏନେଇ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଛି। ଏ ସମ୍ପର୍କରେ ଅନେକ ଲୋକଙ୍କୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତଙ୍କ ସନ୍ଧାନ ଚାଲିଛି।

Comments are closed.