କଟକ: କିଛିଦିନ ପୂର୍ବେ ପରିତ୍ୟକ୍ତ ଭାବେ ଫୋପାଡି ଦିଆଯାଇଥିଲା ଭଜନ ସମ୍ରାଟ ଭିକାରି ବଳଙ୍କ ପ୍ରତିମୂର୍ତ୍ତୀ। ଖବର ପ୍ରସାରଣ ପରେ କଟକ ମହାନଗର ନିଗମ ବୈଷ୍ଣବ ପାଣି ପାର୍କରେ ପୁନଃ ସ୍ଥାପନ କରିଛି ଭିକାରି ବଳଙ୍କ ପ୍ରତିମୂର୍ତ୍ତୀ। ଉନ୍ନୟନମୂଳକ କାମ ପାଇଁ ଭଜନ ସମ୍ରାଟ ଭିକାରି ବଳଙ୍କର ପ୍ରତିମୂର୍ତ୍ତୀକୁ ଖାନନଗର ପାର୍କରୁ ତାଡି ନେଇ ସିଏମସି ଗୋଦାମରେ ପଡିଥିବା ଦେଖିବାକୁ ମିଳିଥିଲା। ଏନେଇ ଖବର ପ୍ରସାରଣ ପରେ ଶୁକ୍ରବାର ସିଏମସି ତରଫରୁ ଭିକାରି ବଳଙ୍କର ପ୍ରତିମୂର୍ତ୍ତି ଖାନ ନଗରସ୍ଥିତ ବୈଷ୍ଣବ ପାଣି ପାର୍କରେ ପୁନଃ ସ୍ଥାପନ କରାଯାଇଛି। ଏହି ଅବସରରେ ଭିକାରି ବଳଙ୍କ ପୁଅ ଭଜନ ସମ୍ରାଟଙ୍କୁ ମରୋଣତ୍ତର ପଦ୍ମ ସମ୍ମାନରେ ସମ୍ମାନୀତ କରିବାକୁ ଦାବି କରିଛନ୍ତି। ଏହା ସହ ଭିକାରି ବଳଙ୍କ ସ୍ମୃତି ରକ୍ଷା ପାଇଁ କଟକରେ ଏକ ଆଧ୍ୟାତ୍ମିକ ପାର୍କ ପ୍ରତିଷ୍ଠା ପାଇଁ ଦାବି ମଧ୍ୟ କରିଛନ୍ତି। ଭବିଷ୍ୟତରେ ଭିକାରି ବଳଙ୍କ ସ୍ମୂତି ରକ୍ଷା ପାଇଁ ଅନେକ ଯୋଜନା ପ୍ରସ୍ତୁତ ହୋଇଥିବା କଥା ମେୟର ସୂଚନା ଦେଇଛନ୍ତି।
BREAKING NEWS
- ପଶ୍ଚିମବଙ୍ଗ: ବାଣ ନିଆଁରେ ୩ ଶିଶୁ ଜଳିଗଲେ
- ପୁନଃ ସ୍ଥାପନ ହେଲା ଭଜନ ସମ୍ରାଟଙ୍କ ପ୍ରତିମୂର୍ତ୍ତୀ
- ନବୀନଙ୍କୁ ହରାଇବାକୁ କଣ୍ଟାବାଞ୍ଝି ପଠାଯାଇଥିଲା: ସୁନନ୍ଦାଙ୍କ ସ୍ବାମୀ ଦେବେନ୍ଦ୍ର ଦାସ
- ସ୍ତ୍ରୀକୁ ହତ୍ୟା ପରେ ସ୍ଵାମୀର ଆତ୍ମହତ୍ୟା
- ଟ୍ରେନ୍ ଟିକେଟ୍ ପାଇଁ ଅଗ୍ରୀମ ସଂରକ୍ଷଣ ଅବଧି ୬୦ ଦିନକୁ ହ୍ରାସ
- ମେଗା ନିଲାମରେ ଏହି ୨୫ ଖେଳାଳିଙ୍କ ଉପରେ ରହିବ ନଜର
- ଜିଏସ୍ଟି ଚଢ଼ାଉ ପରେ ସୁନା ବ୍ୟବସାୟୀଙ୍କ ମୃତ୍ୟୁ ଘଟଣା: ଜୟପୁର ଚାମ୍ବର୍ ଅଫ୍ କମର୍ସର ୧୨ ଘଣ୍ଟିଆ ବନ୍ଦ ଡାକରା
- ୨ ରାଜସ୍ଥାନୀ ବ୍ୟବସାୟୀ ଇବ୍ ନଦୀରେ ବୁଡ଼ି ନିଖୋଜ
- ଶକ୍ତିଶାଳୀ ହେବ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ: ଉପମୁଖ୍ୟମନ୍ତ୍ରୀ
- ଛତୁ ଗୋଟାଇବାକୁ ଯାଇ ବ୍ୟକ୍ତି ନିଖୋଜ ଘଟଣା: ଖଣ୍ଡ ବିଖଣ୍ଡିତ ଗଳିତ ଶବ ଉଦ୍ଧାର