ନୂଆଦିଲ୍ଲୀ: ପୃଥିବୀର ଲୋକମାନେ ଦିନରେ କେବଳ ଥରେ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ଦେଖିଥାନ୍ତି କିନ୍ତୁ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ରହୁଥିବା ମହାକାଶଚାରୀମାନେ ଯଥା ଆଇଏସଏସ ଦିନରେ ୧୬ ଥର ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ଦେଖିଥାନ୍ତି। ୫ ମାସ ଧରି ସ୍ପେସ୍ ଷ୍ଟେସନରେ ଫସି ରହିଛନ୍ତି ସୁନୀତା ୱିଲିୟମ୍ସ।
ଦିପାବଳୀର ଦୁଇ ଦିନ ପୂର୍ବରୁ ଆମେରିକା ରାଷ୍ଟ୍ରପତିଙ୍କ ବାସଭବନରେ ଦିପାବଳୀ ପାଳନ କରାଯାଇଥିଲା ଏବଂ ଏହି ସମୟରେ ସୁନୀତା ୱିଲିୟମ୍ସଙ୍କ ଏକ ଭିଡିଓ ମଧ୍ୟ ଦେଖାଯାଇଥିଲା ଯେଉଁଥିରେ ସେ ଦିପାବଳୀର ଅଭିନନ୍ଦନ ଜଣାଇଛନ୍ତି।
ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସଏସ) ପ୍ରାୟ ୨୬୦ ମାଇଲ୍ ଅର୍ଥାତ୍ ପୃଥିବୀ ଠାରୁ ପ୍ରାୟ ୪୧୮ କିଲୋମିଟର ଦୂରରେ ଅବସ୍ଥିତ। ତେବେ ଏହା ପୃଥିବୀ ଚାରିପାଖରେ ୧୭୫୦୦ ମାଇଲ୍ ଓ ପ୍ରତି ଘଣ୍ଟା ୨୮୧୬୦ କିଲୋମିଟର ବେଗରେ ଘୁରୁଥାଏ। ଏହାର ଗତି ପ୍ରତି ସେକେଣ୍ଡରେ ୫ ମାଇଲ ଅର୍ଥାତ୍ ୮ କିଲୋମିଟର ଥାଏ। ତେବେ ଏହାର ଗତି ଆକଳନ କଲେ ଏହା ପୃଥିବୀର ଚାରିପାଖରେ ଥରେ ପରିକ୍ରମାକୁ ମାତ୍ର ୯୦ ମିନିଟରେ ସମାପ୍ତ କରିଥାଏ। ତେଣୁ ସ୍ପେସ୍ ଷ୍ଟେସନ୍ ଦିନକୁ ୧୬ ଥର ପୃଥିବୀ ଚାରିପଟେ ଘୂରି ବୁଲୁଥିବାରୁ ଗୋଟିଏ ଦିନରେ ୧୬ ଥର ସୂର୍ଯ୍ୟୋଦୟ ଏବଂ ୧୬ ଥର ସୂର୍ଯ୍ୟାସ୍ତ ଦେଖିବାକୁ ମିଳିଥାଏ।