Latest Odisha News

ମହିଳାଙ୍କ ଅମାନୁଷିକ କାର୍ଯ୍ୟ, ପେଟ୍ରୋଲ ଢାଳି ୫ କୁକୁର ଛୁଆଙ୍କୁ ଜାଳିଦେଲେ

ମେରଟ: ମେରଟରେ ଏକ ଚାଞ୍ଚଲ୍ୟକର ଘଟଣା ଘଟି ଯାଇଛି।ଏଠାରେ ପାଞ୍ଚଟି ବୁଲା କୁକୁର ଛୁଆଙ୍କୁ ପେଟ୍ରୋଲ ପକାଇ ଜାଳି  ଦିଆଯାଇଛି। ଫଳରେ ସେମାନେ ଯନ୍ତ୍ରଣାରେ ଛଟପଟ ହୋଇ ମୃତ୍ୟୁବରଣ କରିଛନ୍ତି।

ଏହି ଘଟଣାରେ ପୋଲିସ ଦୁଇଜଣ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଅଭିଯୁକ୍ତ ମହିଳାମାନେ ଦୁଇ ଯା’ ବୋଲି ଜଣାପଡିଛି।  ତେବେ ସେମାନେ କେଉଁ କାରଣ ପାଇଁ ଏଭଳି ଅମାନବୀୟ କାଣ୍ଡ କରିଛନ୍ତି ସେନେଇ ଜଣାପଡିନାହିଁ। ଏହି ଦୁଇ ମହିଳାଙ୍କ ବିରୋଧରେ ଏକ ମାମଲା ମଧ୍ଯ ରୁଜୁ କରାଯାଇଛି। ମାମଲାଟି ମେରଟର ଲାଲକର୍ତ୍ତୀ ପୋଲିସ ଷ୍ଟେସନ ଅଞ୍ଚଳର ଅଟେ।

ମିଳିଥିବା ସୂଚନା ଅନୁଯାୟୀ, କଲୋନୀରେ ରହୁଥିବା ଗୋଟେ ବୁଲା କୁକୁର ନଭେମ୍ବର ୨ରେ ପାଞ୍ଚଟି ଛୁଆ ଜନ୍ମ କରିଥିଲା। ଏପରିକି କଲୋନୀରେ ରହୁଥିବା ଲୋକମାନେ ଏହି କୁକୁର ଛୁଆ ଓ ତାଙ୍କ ମାର ସୁରକ୍ଷା ପାଇଁ ବ୍ୟବସ୍ଥା କରିଥିଲେ। ଦୀପାବଳୀ ସମୟରେ ସେମାନଙ୍କୁ ବାଣ ନିଆଁ ଠାରୁ ରକ୍ଷା କରିବା ପାଇଁ ଏକ ସୁରକ୍ଷିତ ସ୍ଥାନରେ ମଧ୍ଯ ରଖିଥିଲେ। ତେବେ ସେମାନଙ୍କର ଏତେ ଉଦ୍ୟମ ସତ୍ତ୍ୱେ ଏହି ଦୁଇଜଣ ମହିଳା କୌଣସି କାରଣବଶତଃ ଅତି ନିଷ୍ଠୁରତାର ସହିତ ଏହି ନବଜାତ କୁକୁର ଛୁଆଙ୍କ ଉପରେ ପେଟ୍ରୋଲ ଢାଳି ଜୀବନ୍ତ ଜାଳି ଦେଇଥିଲେ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ ଆନିମଲ କେୟାର ସୋସାଇଟି ସଚିବ ଅଂଶୁମାଳି ବଶିଷ୍ଠ ଏହି ମହିଳାମାନଙ୍କ ବିରୋଧରେ କଙ୍କାରଖେଡା ଥାନାରେ ଅଭିଯୋଗ କରିଥିଲେ ଏବଂ ଏହି ଘଟଣା ସମ୍ପର୍କରେ ପେଟାକୁ ମଧ୍ଯ ସୂଚନା ଦେଇଥିଲେ।

Comments are closed.