Latest Odisha News

BREAKING NEWS

ଗୁଜରାଟରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୨

ଅହମ୍ମଦାବାଦ: ଗୁଜରାଟର ମେହସାଣା ଜିଲ୍ଲାରେ ଭୂମିକମ୍ପର ଝଟ୍‌କା । ଗତକାଲି ବିଳମ୍ବିତ ରାତିରେ ମେହସାଣାର ବାନସକାଣ୍ଠାରେ ଭୂକମ୍ପ ହୋଇଥିବା ନେଇ ସୂଚନା ମିଳିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ଥିବା ଜଣାପଡିଛି । ଭୂକମ୍ପର କେନ୍ଦ୍ରସ୍ଥଳ ମେହସାଣାର ଆଖପାଖ ଅଞ୍ଚଳରେ ବୋଲି କୁହାଯାଉଛି।

ଗତକାଲି ବିଳମ୍ବିତ ରାତିରେ ଏହି ଭୂକମ୍ପ ହୋଇଥିବା ନେଇ ସୂଚନା ମିଳିଛି । କମ୍ପନ ଅନୁଭବ କରିବାରୁ ଭୟରେ ଲୋକମାନେ ଘରୁ ବାହାରକୁ ଚାଲି ଆସିଥିଲେ। ଏପରିକି ଭୟରେ କିଛି ଲୋକ ସାରା ରାତି ରାସ୍ତାରେ କଟିଥିବା ନେଇ ଜଣାପଡିଛି । ଭୂକମ୍ପ କାରଣରୁ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।

ସୂଚନାଯୋଗ୍ୟ, ଗୁଜୁରାଟର ଏହି ଅଞ୍ଚଳରେ ବେଳେବେଳେ ହାଲୁକା ଭୂକମ୍ପ କମ୍ପନ ଅନୁଭୂତ ହୁଏ । କିନ୍ତୁ ଦୀର୍ଘ ଅନେକ ଦିନ ପରେ ୪.୨ ତୀବ୍ରତାର କମ୍ପନ ଅନୁଭୂତ ହୋଇଛି । ଏହି ଭୂକମ୍ପ ବୋଧହୁଏ ଭୂ-ଗର୍ଭୀୟ ପ୍ଲେଟଗୁଡିକର ଗତି ହେତୁ ଘଟିଥିବା ନେଇ ଅନୁମାନ କରିଛନ୍ତି ବିଶେଷଜ୍ଞ । ଏହିପରି ଝଟକା ଅନୁଭୁତ ହେଲେ ସର୍ବଦା ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।

Leave A Reply

Your email address will not be published.