ନୂଆଦିଲ୍ଲୀ: ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କୁ ହତ୍ୟା ଉଦ୍ୟମ। ନେତନ୍ୟାହୁଙ୍କ କାଇସେରିଆସ୍ଥିତ ବାସଭବନକୁ ଫିଙ୍ଗିଲେ ବୋମା। ଆକ୍ରମଣ ବେଳେ ନେତନ୍ୟାହୁ ଘରେ ଉପସ୍ଥିତ ନ ଥିଲେ । ତେବେ ବୋମାଟି ତାଙ୍କ ବଗିଚାରେ ଫୁଟିଥିବା ନେଇ ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଗତ ଶୁକ୍ରବାର ଦିନ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ବାସଭବନ ଉପରକୁ ବୋମା ମାଡ଼ କରିଛି ହେଜବୁଲ୍ଲା । ନେତାନ୍ୟାହୁଙ୍କ ଘର ପାଖରେ ସ୍ଥିତ କାଇସେରିଆ ଅଞ୍ଚଳରେ ବୋମା ମାଡ଼ କରିଛି ହେଜବୁଲ୍ଲା। ଏନେଇ ଗତକାଲି ସୁରକ୍ଷା ସେବା ଏଜେନ୍ସି ତରଫରୁ ସୂଚନା ଦିଆଯାଇଛି ।
ଏଜେନ୍ସି ତରଫରୁ କୁହାଯାଇଛି, ଉତ୍ତର ଇସ୍ରାଏଲର କାଇସେରିଆରେ ଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଘର ଉପରେ ବୋମା ମାଡ଼ କରାଯାଇଛି । ତେବେ ବୋମା ମାଡ଼ ସମୟରେ ବେଞ୍ଜାମିନ ନେତାନ୍ୟାହୁ ବା ତାଙ୍କ ପରିବାର ଘରେ ଉପସ୍ଥିତ ନଥିଲେ । ବୋମା ମାଡ଼ରେ କୌଣସି ପ୍ରକାରର କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି ।ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। ଅନ୍ୟପଟେ ଇସ୍ରାଏଲ୍ ରାଷ୍ଟ୍ରପତି ଇସହାକ ହର୍ଜୋଗ ଏହି ଘଟଣାକୁ ନିନ୍ଦା କରିବା ସହ ସର୍ବସାଧାରଣ କ୍ଷେତ୍ରରେ ହିଂସା ବୃଦ୍ଧି ହେବା ନେଇ ଚେତାବନୀ ମଧ୍ୟ ଦେଇଛନ୍ତି।
ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ କାଇସେରିଆରେ ବେଞ୍ଜାମିନ ନେତାନ୍ୟାହୁଙ୍କ ଘରେ ଡ୍ରୋନରେ ଆକ୍ରମଣ ହୋଇଥିଲା। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିଲା।