ଭୁବନେଶ୍ଵର: ଭାରତ ଇତିହାସରେ ମଦ ପ୍ରଚଳନ ବହୁ ପୁରାତନ ଏବଂ ଏହା ବିଭିନ୍ନ ସଂସ୍କୃତି ଏବଂ ଶାସକଙ୍କ ପ୍ରଭାବରେ ବିକଶିତ ହୋଇଥିଲା । ଯେତେବେଳେ ଆମେ ଭାରତରେ ମଦର ଇତିହାସ ବିଷୟରେ କଥା ହୁଅନ୍ତି ତେବେ ସର୍ବପ୍ରଥମେ ଆମ ମନକୁ ଏକ ପ୍ରଶ୍ନ ଆସେ ଯେ, ଭାରତକୁ ମଦ ପ୍ରଥମେ କେବେ ଆସିଲା? ମୋଗଲ ସାମ୍ରାଜ୍ୟ ବେଳେ ନାଁ ବ୍ରିଟିଶ ସାମ୍ରାଜ୍ୟ ବେଳେ ।
କହିରଖୁଛୁ ଯେ, ଭାରତରେ ମଦ୍ୟପାନର ଇତିହାସ ବହୁତ ପୁରୁଣା । ବେଦରେ ବିଭିନ୍ନ ପ୍ରକାରର ମଦ ବିଷୟରେ ଉଲ୍ଲେଖ କରାଯାଇଛି । ଯେପରିକି ସୋମ, ସୌବୀର, ଏବଂ ମଦିରା ପ୍ରମୁଖ । ପ୍ରାଚୀନ ଭାରତରେ ମଦ୍ୟପାନ ଧାର୍ମିକ ଅନୁଷ୍ଠାନରେ ବିଶେଷ ଭାବରେ ସୋମ ରସ ଭାବରେ ଦେବତାମାନଙ୍କୁ ଉତ୍ସର୍ଗ କରାଯାଉଥିଲା। ଅବଶ୍ୟ, ସେତେବେଳେ ସାଧାରଣ ଲୋକଙ୍କ ମଧ୍ୟରେ ମଦ୍ୟପାନ ସେତେଟା ପ୍ରଚଳିତ ନଥିଲା। ଭାରତୀୟ ସଂସ୍କୃତିରେ ମଦ୍ୟପାନ ମୁଖ୍ୟତଃ ଧାର୍ମିକ ଅନୁଷ୍ଠାନ ଏବଂ ବିଶେଷ ଉତ୍ସବରେ ସୀମିତ ଥିଲା ।
ଯେତେବେଳେ ଭାରତରେ ମୋଗଲ ସାମ୍ରାଜ୍ୟ ପ୍ରତିଷ୍ଠା ହେଲା, ସେତେବେଳେ ରାଜ ଦରବାରରେ ମଦ୍ୟପାନ ପୁଣି ଥରେ ବୃଦ୍ଧି ପାଇଲା । ମୋଗଲ ଯୁଗରେ ମଦ୍ୟପାନ ସାମାଜିକ ସ୍ଥିତି ଏବଂ ରାଜକୀୟ ଜୀବନଶୈଳୀର ଏକ ଅଂଶ ହୋଇଗଲା । ମହାନ ଶାସକ ଆକବର ମଦ୍ୟପାନରୁ ନିଜକୁ ନିବୃତ୍ତ ରଖିଥିଲେ ମଧ୍ୟ ତାଙ୍କ ରାଜ ଦରବାରରେ ଏହାର ବ୍ୟବହାର ସାଧାରଣ ଥିଲା । ଆକବରଙ୍କ ଦରବାରରେ ମଦ ଏକ ସାମାଜିକ ଏବଂ ସାଂସ୍କୃତିକ ପ୍ରତୀକ ପାଲଟିଥିଲା ।
ଆକବରଙ୍କ ପରେ ସମ୍ରାଟ ଜାହାଙ୍ଗୀର ମଦ୍ୟର ସୌକିନ ଥିଲେ ଏବଂ ମଦ୍ୟପାନକୁ ତାଙ୍କ ଦରବାରରେ ସଂସ୍କୃତିର ଏକ ବିଶେଷ ଅଂଶ କରିଥିଲେ। ତାଙ୍କ ଶାସନ କାଳରେ ମଦ୍ୟପାନ ଅଧିକ ବଢିଥିଲା । ଜାହାଙ୍ଗୀର ତାଙ୍କ ରାଜୁତି କାଳରେ ରାଜ୍ୟରେ ମଦ କାରବାରକୁ ପ୍ରୋତ୍ସାହିତ କରିଥିଲେ। ଏହା ପରେ, ଶାହାଜାହାନଙ୍କ ଶାସନ କାଳରେ ମଧ୍ୟ ରାଜଦରବାରରେ ମଦ୍ୟପାନ ପ୍ରଚଳିତ ଥିଲା । ଏହି ସମୟରେ ଭାରତରେ ମଦ ଏକ ଘରୋଇ ଜିନିଷ ଭାବରେ ପରିଣତ ହୋଇଥିଲା । ଯାହା କେବଳ ରାଜା, ମହାରାଜା ଏବଂ ବ୍ରିଟିଶ ପରି ଉଚ୍ଚ ଶ୍ରେଣୀର ଲୋକଙ୍କ ଘରେ ଥିଲା ।
ଏହାପରେ ବ୍ରିଟିଶ ସାମ୍ରାଜ୍ୟ ମଦ୍ୟପାନକୁ ଭାରତରେ ଏକ ବ୍ୟବସାୟରେ ପରିଣତ କଲା । ବ୍ରିଟିଶ ଶାସନ ସମୟରେ ମଦ୍ୟପାନ ଆହୁରି ବୃଦ୍ଧି ପାଇଲା ଏବଂ ଏହା ସାଧାରଣ ଲୋକଙ୍କ ମଧ୍ୟରେ ଅଭ୍ୟାସରେ ପରିଣତ ହେଲା । ବ୍ରିଟିଶମାନେ ମଦକୁ ଏକ ବ୍ୟବସାୟିକ ଉପକରଣ ଭାବରେ ତିଆରି କରିଥିଲେ, ଯେଉଁଠାରୁ ସେମାନେ ରାଜସ୍ୱ ପାଉଥିଲେ ।