Latest Odisha News

BREAKING NEWS

ଆମ ଚାରି ପାଖରେ ଥିବା ଏହି ଛୋଟ ଜୀବ ବାସ୍ତବରେ ସବୁଠାରୁ ବୁଦ୍ଧିମାନ …

ଭୁବନେଶ୍ଵର: ସାଧାରଣତଃ ଆମେମାନେ ମହୁମାଛିକୁ ମହୁ ତିଆରି କରୁଥିବା ଏକ ଛୋଟ କୀଟ ବୋଲି ଭାବିଥାଉ । କିନ୍ତୁ ଆପଣ ଜାଣନ୍ତି କି ଏହି କ୍ଷୁଦ୍ର ଜୀବମାନେ ପୃଥିବୀର ସବୁଠାରୁ ବୁଦ୍ଧିମାନ ପ୍ରାଣୀ ଅଟନ୍ତି । ମହୁମାଛିଙ୍କର ଜଟିଳ ସାମାଜିକ ଗଠନ, ଅତ୍ୟାଧୁନିକ ସଂଚାର ପ୍ରଣାଳୀ ଏବଂ ଅସାଧାରଣ ଇଞ୍ଜିନିୟରିଂ ଦକ୍ଷତା ବୈଜ୍ଞାନିକମାନଙ୍କୁ ମଧ୍ୟ ବିସ୍ମିତ କରିଥାଏ । ଦୁନିଆରେ ପ୍ରାୟ ୨୦,୦୦୦ ପ୍ରଜାତିର ମହୁମାଛି ମିଳିଥାଏ, ସେଥିମଧ୍ୟରୁ ୧୭୦ଟି ପ୍ରଜାତିର ମହୁମାଛି ବ୍ରିଟେନରେ ବାସ କରନ୍ତି । ୯୦%ରୁ ଅଧିକ ପ୍ରଜାତିର ମହୁମାଛି ଏକାକୀ ରହୁଥିବା ବେଳେ ଅନେକ ମହୁମାଛି ଦଳ ଦଳ ହୋଇ ରୁହନ୍ତି । ସେମାନଙ୍କ ମଧ୍ୟରୁ ଜଣେ ରାଣୀ ମହୁମାଛି ମଧ୍ୟ ଥାଏ ।

ମଣିଷ ପରି ମହୁମାଛିମାନଙ୍କର ମଧ୍ୟ ଏକ ସାମାଜିକ ଗଠନ ଅଛି । ପ୍ରତ୍ୟେକ ଦଳରେ ଲକ୍ଷ ଲକ୍ଷ ମହୁମାଛି ରହିଥାନ୍ତି ଏବଂ ପ୍ରତ୍ୟେକଙ୍କର ନିଜସ୍ୱ କାମ ମଧ୍ୟ ରହିଥାଏ । ସେମାନଙ୍କ ଦଳରେ ତିନୋଟି ସ୍ୱତନ୍ତ୍ର ମହୁମାଛି ଥାଆନ୍ତି । ରାଣୀ ମହୁମାଛି, ଶ୍ରମିକ ମହୁମାଛି ଏବଂ ଡ୍ରୋନ୍ (ପୁରୁଷ ମହୁମାଛି ) । ରାଣୀ ମହୁମାଛିର କାମ ହେଉଛି ଅଣ୍ଡା ଦେବା, ଶ୍ରମିକ ମହୁମାଛି ଦଳର ଯତ୍ନ ନେବା ସହ ମହୁ ସଂଗ୍ରହ କରନ୍ତି ଏବଂ ଡ୍ରୋନ ବା ପୁରୁଷ ମହୁମାଛିର କାମ ହେଉଛି ରାଣୀ ମହୁମାଛି ସହ ପ୍ରଜନନ କରିବା । ମହୁମାଛିଙ୍କ ମଧ୍ୟରେ ଏପରି କାର୍ଯ୍ୟ ବିତରଣର କଳା ଏହା ସ୍ପଷ୍ଟ କରେ ଯେ ସେମାନେ କେତେ ସାମାଜିକ ଏବଂ ବୁଦ୍ଧିମାନ ପ୍ରାଣୀ ଅଟନ୍ତି ।

ମହୁମାଛିମାନେ ସେମାନଙ୍କ ଦଳ ମଧ୍ୟରେ ଯୋଗାଯୋଗ କରିବାକୁ ଏକ ସ୍ୱତନ୍ତ୍ର ପଦ୍ଧତି ବ୍ୟବହାର କରନ୍ତି । ସେ ନିଜ ସାଥି ମହୁମାଛିଙ୍କ ସହିତ କଥାବାର୍ତ୍ତା କରିବାକୁ ନାଚିଥାନ୍ତି । ଆଜ୍ଞା ହଁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ତାଙ୍କର ଏହି ନୃତ୍ୟକୁ ୱାଗଲ୍ ଡ୍ୟାନ୍ସ କୁହାଯାଏ । ଏହି ନୃତ୍ୟ ମାଦ୍ୟମରେ ସେମାନେ ମହୁର ଦିଗ ଏବଂ ଦୂରତା ବିଷୟରେ ଜଣେ ଅନ୍ୟ ଜଣଙ୍କୁ ସୂଚିତ କରାଏ । ଏହିପରି, ମହୁମାଛି ପରସ୍ପର ସହ ବିନା ଶବ୍ଦରେ ଯୋଗାଯୋଗ କରନ୍ତି, ଯାହା ବିଜ୍ଞାନ ଦୃଷ୍ଟିକୋଣରେ ଏକ ଉଚ୍ଚତର ଏବଂ ବୁଦ୍ଧିମାନର ଉପାୟ । ଏହା ବ୍ୟତୀତ ମହୁମାଛିମାନଙ୍କର ଶିକ୍ଷଣ କ୍ଷମତା ମଧ୍ୟ ବହୁତ ଭଲ । ସେ ମଧ୍ୟ ପରିବେଶ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ।

Leave A Reply

Your email address will not be published.