Latest Odisha News

BREAKING NEWS

ଶୀତୁଆ ସକାଳରେ ସୁନେଲି ଚାଦର ଢାଙ୍କି ହାତ ଠାରି ଡାକେ ଅଳସୀ କ୍ଷେତ…

କୋରାପୁଟ: ଶୀତୁଆ ସକାଳର ସବୁଜ କାକର । ଆଉ ଶୀତର ଆଗମନରେ ଅଳସୀର ସମ୍ଭାର । ସୁନାର ଚାଦର ଘୋଡାଇ ହୋଇ ଯେମିତି ପର୍ଯ୍ୟଟକଙ୍କୁ ହାତଠାରି ଡାକେ କୋରାପୁଟର ପ୍ରକୃତି ରାଣୀ । ଶୀତର ଆଗମନରେ କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟ ହୋଇଛି ଆକର୍ଷଣୀୟ ଓ ଆନମନା କରୁଛି ପର୍ଯ୍ୟଟକଙ୍କୁ। ସକାଳର କୁହୁଡି ସାଙ୍ଗକୁ ସବୁଜିମାରେ ଭରା ପାହାଡ, ଆଉ ଏହାସହ ଅଳସୀ ଫୁଲରେ ସୂର୍ଯ୍ୟଙ୍କ ପହିଲି କିରଣ କୋରାପୁଟର ସୌନ୍ଦର୍ଯ୍ୟକୁ ଦୁଇ ଗୁଣିତ କରିଛି । ଆଉ ଏହି ଅଳସୀ ଫୁଲର ମହକକୁ ଉପଭୋଗ କରିବା ସହ ପ୍ରକୃତିର ଏହି ଅପୂର୍ବ ସୌନ୍ଦର୍ଯ୍ୟରେ ହଜି ଯିବାକୁ  ପର୍ଯ୍ୟଟକଙ୍କ ଭିଡ ବି ଧୀରେ ଧୀରେ କୋରାପୁଟରେ ବଢିଲାଣି।

ଶୀତୁଆ ସକାଳରେ କୁହୁଡିର ପତଳା ଚାଦର। ନୀଳ ଆକାଶ ତଳେ ସବୁଜିମାରେ ଭରା  ପାହାଡ ମଝିରେ ଅଳସୀ ଫୁଲର ଅପୂର୍ବ ସମ୍ଭାର। ଯାହାକି କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଅଧିକ ମନଲୋଭା କରୁଛି ।ଅଳସୀ ଫୁଲରେ ସୂର୍ଯ୍ୟଙ୍କ ପହିଲି କିରଣ ପୁରା ପରିବେଶକୁ କରୁଛି ମତୁଆଲା । ଲାଗୁଛି ସତେ ଯେମିତି ଏକର ଏକର ଏହି ଅଳସୀ ଫୁଲରେ ପ୍ରକୃତି ରାଣୀ ସୁନାର ଓଢଣୀ ମେଲି ବସିଛି। ଆଉ ପବନର ଟିକିଏ ସ୍ପର୍ଶ ଏହି ଫୁଲର ମହକକୁ ଚାରି ଆଡେ ମହକିତ କରୁଛି। ପ୍ରକୃତିର ଏହି ଅପୂର୍ବ ସୌନ୍ଦର୍ଯ୍ୟ ପ୍ରେମିକ ପ୍ରେମିକାଙ୍କୁ ରୋମାଞ୍ଚିତ କରୁଛି ଆଉ  ପର୍ଯ୍ୟଟକଙ୍କୁ ବିଭୋର ବି କରୁଛି।   ଅଳସୀ ଫୁଲର ସୌନ୍ଦର୍ଯ୍ୟରେ ବିଭୋର ହେବା ପାଇଁ ଏବେ ଜିଲ୍ଲାରେ ଧୀରେ ଧୀରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ।

ଶୀତୁଆ ପାଗକୁ ଆଖି ଯେଉଁ ଆଡେ ବୁଲାଇଲେ ଦେଖିବାକୁ ମିଳେ ସବୁଜିମାରେ ପରିପୂର୍ଣ୍ଣ ପାହାଡ଼ ମଝିରେ ଅଳସୀ ଫୁଲର ଅପୂର୍ବ ସମ୍ଭାର । ଅଳସୀ ଫୁଲ ଉପରେ ପଡୁଥିବା ସୂର୍ଯ୍ୟଙ୍କ ପହିଲି କିରଣ ପୂରା ପରିବେଶକୁ ମଡୁଆଲା କରିଥାଏ । ଅଳସୀ ଫୁଲର ସୌନ୍ଦର୍ଯ୍ୟରେ ବିଭୋର ହେବା ପାଇଁ ଜିଲ୍ଲାରେ ଧୀରେ ଧୀରେ ବଢ଼ିବାରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ । ବାଟୋଇ ଟିଏ ଯିବା ବେଳେ ଅଟକି ଯାଏ ଅଳସୀ ସହିତ ଫଟୋ ଉଠାଇବା ପାଇଁ । ଅଳସୀ ସହ ଶୀତ ଦିନ କୋରାପୁଟ ହୋଇଥାଏ ଆହୁରି ସୌନ୍ଦର୍ଯ୍ୟମୟ । ଆଉ ଏହି ସୁନ୍ଦର ପ୍ରକୃତିକୁ ଦେଖିବା ପାଇଁ ଓଡିଶା ଓ ଓଡିଶା ବାହାରୁ ପର୍ଯ୍ୟଟକମାନେ ଧାଇଁ ଆସନ୍ତି କୋରାପୁଟ । ସାଧାରଣତଃ ଜିଲ୍ଲାରେ କୋରାପୁଟ, ଦାମନଯୋଡି, ସୁନାବେଡା, ସେମିଳିଗୁଡା ଅଞ୍ଚଳର ଦେଖିବାକୁ ମିଳେ ଅଳସୀର ସୁନ୍ଦର ଦୃଶ୍ୟ । ରାସ୍ତା କଡରେ ରହିଥିବା ଅଳସୀ କ୍ଷେତ ଦିନ ୩ ଟା ହେଲେ ପର୍ଯ୍ୟଟକଙ୍କ ସମେତ ପଥ ଚାରୀଙ୍କ ସେଲ୍ଫି  ପଏଣ୍ଟ ପାଲଟିଯାଏ । ଅଳସୀ ଖେତରେ କିଏ ସେଲ୍ଫି ନିଏ ତ କିଏ ରିଲସ କରେ । ଛୋଟ ଠାରୁ ପ୍ରାପ୍ତ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଅଳସୀର ଫୁଲର ସୌନ୍ଦର୍ଯ୍ୟରେ ମତୁଆଲା ହୁଅନ୍ତି ।

Leave A Reply

Your email address will not be published.