Latest Odisha News

ବିଶ୍ୱର ଏକ ନମ୍ବର ଟି୨୦ ଅଲରାଉଣ୍ଡର ହେଲେ ହାର୍ଦ୍ଦିକ

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଇଥିବା ଟି୨୦ ସିରିଜ ପରେ ଆଇସିସି ପକ୍ଷରୁ ସଦ୍ୟ ଟି୨୦ ର‌୍ୟାଙ୍କିଙ୍ଗ ଜାରୀ କରାଯାଇଛି । ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ତିଳକ ବର୍ମା କ୍ରମାଗତ ୨ଟି ଶତକ ମାରିବା ଯୋଗୁ ୬୯ ସ୍ଥାନ ଉନ୍ନୀତ ହୋଇ ତୃତୀୟ ସ୍ଥାନରେ ପଂହଚିଛନ୍ତି । ଅଷ୍ଟ୍ରେଲିଆର ଟ୍ରେଭିସ ହେଡ ଇଂଲଣ୍ଡର ଫିଲ ସଲ୍ଟ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିପରି ସିନିୟର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଅଲରାଉଣ୍ଡ ର‌୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ଦ୍ୱିତୀୟ ଥର ପାଇଁ ହାର୍ଦ୍ଦିକ ଏକ ନମ୍ବର ଅଲରାଉଣ୍ଡର ହୋଇଛନ୍ତି । ଲିଆମ ଲିଭିଂଷ୍ଟୋନ ଓ ଦୀପେନ୍ଦ୍ର ସିଂ ଏରୀଙ୍କୁ ହାର୍ଦ୍ଦିକ ପଛରେ ପକାଇଛନ୍ତି ।

ଟିମ ଇଣ୍ଡିଆର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଗୋଟିଏ ସ୍ଥାନ ତଳକୁ ଖସି ୪ର୍ଥ ସ୍ଥାନରେ ରହିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨ଟି ଶତକ ମାରିଥିବା ସଞ୍ଜୁ ସାମସନ ୧୭ ସ୍ଥାନ ଉନ୍ନୀତ ହୋଇ ୨୨ତମ ସ୍ଥାନ ହାସଲ କରିଛନ୍ତି । ଟିମ ର‌୍ୟାଙ୍କିଙ୍ଗରେ ଭାରତ ପୂର୍ବ ଭଳି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ହାସଲ କରିଛନ୍ତି ।

Leave A Reply

Your email address will not be published.