ରାଜଗିରି: ଭାରତୀୟ ମହିଳା ଟିମ ପ୍ରଭାବୀ ପ୍ରଦର୍ଶନ କରି ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ୨୦୨୪ ଟାଇଟଲ ହାସଲ କରିଛନ୍ତି । ସଂଘର୍ଷପୂର୍ଣ୍ଣ ଫାଇନାଲ ମୁକାବିଲାରେ ଭାରତୀୟ ଟିମ ୧-୦ ଗୋଲରେ ଚୀନକୁ ପରାସ୍ତ କରିଥିଲା । ଏହା ଟିମ ଇଣ୍ଡିଆର କ୍ରମାଗତ ଦ୍ୱିତୀୟ ଏବଂ ଓଭରାଲ ତୃତୀୟ ଟାଇଟଲ । ବିଜୟୀ ଦଳ ପକ୍ଷରୁ ଏକମାତ୍ର ଗୋଲ ଦୀପିକା କୁମାରୀ ସ୍କୋର କରିଥିଲେ । ଏହା ଚଳିତ ଟୁର୍ଣ୍ଣାମେଂଟରେ ତାଙ୍କର ୧୧ତମ ଗୋଲ ଥିଲା । ଚୀନ ମ୍ୟାଚକୁ ବରାବର ସ୍ଥ୍ିତକୁ ଆଣିବା ପାଇଁ ଯଥାସମ୍ଭବ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲା ।
ଭାରତ କେତେଗୁଡିଏ ସୁଯୋଗ ହାତଛଡା କରିବାରୁ ମ୍ୟାଚ ରୋମାଂଚକର ହୋଇଥିଲା । ଭାରତ ତୃତୀୟ ଥର ପାଇଁ ଟାଇଟଲ ହାସଲ କରି ଦକ୍ଷିଣ କୋରିଆ ସହ ସମକକ୍ଷ ହୋଇଛି । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରେ ଭାରତୀୟ ଟିମ ସମସ୍ତ ବିଭାଗରେ ଶୃଙ୍ଖଳିତ ପ୍ରଦର୍ଶନ କରିଥିଲା ।