Latest Odisha News

ମେସିନ୍ ଲେଖିବ ପାଠ, ତାହା ପୁଣି ଅବିକଳ ହାତଲେଖା

ଥିରୁଅନନ୍ତପୁରମ୍: ପିଲାବେଳେ ଆମକୁ ୧୦ ୧୦ ଫର୍ଦ୍ଦ ପ୍ରାକ୍ଟିସ୍ ନୋଟ୍ ଲେଖିବାକୁ ପଡେ । ଓଡିଆ, ଇଂରାଜୀ ସାଙ୍ଗକୁ ହିନ୍ଦୀ ହସ୍ତାକ୍ଷର । ଆଉ ବୟସ ବଢିବା ସଙ୍ଗେ ସଙ୍ଗେ ଲେଖାର ଭାର ମଧ୍ୟ ବଢିବାକୁ ଲାଗେ । ବିଭିନ୍ନ ଆସାଇନମେଣ୍ଟ, ପ୍ରାକ୍ଟିକାଲ ନୋଟ୍ ସବୁ ଭିତରେ କାର୍ଯ୍ୟଭାର ବଢିଯାଏ । ତାଉପରେ ପୁଣି ବିଭିନ୍ନ ବିଷୟ ପାଇଁ ନୋଟ୍ ପ୍ରସ୍ତୁତ କରିବା । ନୋଟ୍ ପାଇଁ ମେଞ୍ଚେ ମେଞ୍ଚ ଖାତା ଲେଖିବା ସହିତ ସେଲ୍ଫ ଷ୍ଟଡି କରିବା ବାସ୍ତବରେ ଆମ ପାଇଁ କାଠିକାର ପାଠ ଥିଲା । ହେଲେ ଏଣିକି ନା ହାତ ବିନ୍ଧିବ, ନା ଇଚ୍ଛା ନଥାଇ ଫର୍ଦ୍ଦ ଫର୍ଦ୍ଦ ଲେଖିବାକୁ ପଡିବ । ଏବେ ମାତ୍ର ମିନିଟରେ ପୂରା ଖାତା ପୂରଣ କରିବ ଏହି ‘ହୋମଓ୍ବାକ୍ ମେସିନ୍’ ।

‘ହୋମଓ୍ବାକ୍ ମେସିନ୍’, ଏକ ଯନ୍ତ୍ର ଯାହା ଆପଣଙ୍କ ନୋଟ୍ ପ୍ରସ୍ତୁତ କରିବ । ଆପଣ ତାକୁ ଯାହା ଲେଖିବାକୁ କହିବେ ସେ ସଙ୍ଗେ ସଙ୍ଗେ ତାକୁ ଖାତାରେ ଲେଖିବାକୁ ଆରମ୍ଭ କରିବ । ତାହା ପୁଣି ଅବିକଳ ହାତଲେଖା ପରି । ଆଉ କମ୍ ସମୟ ଭିତରେ ମଧ୍ୟ । କେରଳର ଦୁଇଜଣ ଇଂଜିନିୟର ଛାତ୍ର କିଛି ଏମିତି ନୂଆ ଡିଭାଇସ୍ ପ୍ରସ୍ତୁତ କରିଛନ୍ତି । ଯାହା ଚୁଟକିରେ ସାରିବ ଲେଖା ପାଠ ।

କେରଳ ନିବାସୀ ଦେବଦତ୍ତ ପିଆର ଏବଂ ସିଦ୍ଧାର୍ଥ ପୁନାଥିଲ, ଏବେ ରୋବୋଟିକ୍ସ ଏବଂ ଅଟୋମେସନର ଅନ୍ତିମ ବର୍ଷର ଛାତ୍ର ।  ତାଙ୍କ କଲେଜରେ ପଢୁଥିବା ଇଞ୍ଜିନିୟରିଂ ଛାତ୍ରମାନଙ୍କ କାର୍ଯ୍ୟଭାରକୁ ସହଜ କରିବା ପାଇଁ ସେ ଏଭଳି ଏକ ଅଭିନବ ସମାଧାନ ବାହାର କରିଛନ୍ତି  । କେରଳର ଜ୍ୟୋତି କଲେଜ ଅଫ୍ ଇଞ୍ଜିନିୟରିଂର ଏହି ଦୁଇ ସାଥୀ ଏକ ଅଭିନବ ହୋମୱାର୍କ ମେସିନ୍ ପ୍ରସ୍ତୁତ କରିଛନ୍ତି ଯାହା ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଏକାଡେମିକ୍ କାର୍ଯ୍ୟଗୁଡ଼ିକ କରିବାରେ ସାହାର୍ଯ୍ୟ କରିବ ।

ଦେବଦତ୍ତ ଜଣେ ରୋବୋଟିକ୍ସ ଇଞ୍ଜିନିୟର ଯିଏ ୧୫ ବର୍ଷ ବୟସରେ କୋରଏକ୍ସଓ୍ବାଇ(CoreXY) ଥ୍ରୀଡି ପ୍ରିଣ୍ଟର୍ ଡିଜାଇନ୍ କରିବା ସହିତ ନିର୍ମାଣ କରିଥିଲେ । ଯାହା ସୁଲଭ ମୂଲ୍ୟରେ ଉପଲବ୍ଧ ମଧ୍ୟ । ସେହିପରି ସିଦ୍ଧାର୍ଥ ହେଉଛନ୍ତି ସଫ୍ଟୱେର୍ ଷ୍ଟାର୍ଟଅପ୍, ଜୁବଲ(zubble)ର ସହ-ପ୍ରତିଷ୍ଠାତା ତଥା ସିଟିଓ ।

ଏହି ଦୁଇ ସାଥି ମିଶି ଏବେ ଏଭଳି କିଛି ଅତ୍ୟାଧୁନିକ ଯନ୍ତ୍ର ପ୍ରସ୍ତୁତ କରିଛନ୍ତି । ତେବେ ଏଭଳି ଯନ୍ତ୍ର ପ୍ରସ୍ତୁତ କରିବା ପାଇଁ ତାଙ୍କୁ ବର୍ଷେ ଭଳି ସମୟ ଲାଗିଥିଲା । ଥ୍ରୀଡି ପ୍ରିଣ୍ଟିଙ୍ଗ୍ ଟେକ୍ନୋଲୋଜି ବ୍ୟବହାର କରି, ସେମାନେ ଏକ ମେସିନ୍ ନିର୍ମାଣ କରିବାକୁ ସ୍ଥିର କଲେ ଯାହା ଏକ କଲମ ସହିତ ଲେଖିପାରେ ଏବଂ ସ୍ୱୟଂଚାଳିତ ଭାବରେ ପୃଷ୍ଠାଗୁଡ଼ିକୁ ଓଲଟାଇ, ପୁନର୍ବାର ଆମ ଆବଶ୍ୟକ ଅନୁଯାୟୀ ଲେଖିଥାଏ । ଯାହା ଶିକ୍ଷାଗତ ଚାପ ସହିତ ସଂଗ୍ରେମ କରୁଥିବା ପିଲାମାନଙ୍କ ପାଇଁ ଏକ ବରଦାନ ସଦୃଶ୍ୟ ।

Leave A Reply

Your email address will not be published.