Latest Odisha News

BREAKING NEWS

ନୀଳ ଜିଭ ଥିବା ଝିଟିପିଟି ଚାଲାଣ ଅଭିଯୋଗରେ ବିମାନବନ୍ଦରରୁ ୨ ଗିରଫ

ବିଶାଖାପାଟଣା: ଡିରେକ୍ଟୋରେଟ ଅଫ ରେଭିନିଉ ଇଣ୍ଟିଲିଜେନ୍ସ (ଡିଆରଆଇ) ର ଅଧିକାରୀମାନେ ଦୁଇ ଯାତ୍ରୀଙ୍କୁ ରବିବାର ରାତିରେ ବିଶାଖାପାଟନମ୍ ବିମାନବନ୍ଦରରୁ ଚୋରା ଚାଲାଣ ଅଭିଯୋଗରେ  ବାନ୍ଧିଛନ୍ତି।

ସୂଚନା ଅନୁଯାୟୀ, ସେମାନେ ଅଷ୍ଟ୍ରେଲିଆର ଏକ ବିରଳ ପ୍ରଜାତିର ୬ ଟି ‘ଇଷ୍ଟର୍ନ ବ୍ଲୁ ଟଙ୍ଗ୍ ଝିଟିପିଟି’ ଅର୍ଥାତ୍ ନୀଳ ଜିଭ ଥିବା ଝିଟିପିଟି ଚୋରା ଚାଲାଣ କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି।

ଡିଆରଆଇର ଡେପୁଟି ଡାଇରେକ୍ଟର ପୂଜା ପାଣ୍ଡକର କହିଛନ୍ତି ଯେ  ଥାଇଲ୍ୟାଣ୍ଡରୁ ବିଶାଖାପାଟନମକୁ ଆସୁଥିବା ଦୁଇ ଯାତ୍ରୀଙ୍କୁ ଡିଆରଆଇ ଅଟକାଇଥିଲେ। ପରେ ସେମାନଙ୍କ ବ୍ୟାଗକୁ ଭଲ ଭାବେ ଯାଞ୍ଚ କରିବା ପରେ ସେମାନଙ୍କଠାରୁ ୬ଟି ‘ଇଷ୍ଟର୍ନ ବ୍ଲୁ ଟଙ୍ଗ୍ ଝିଟିପିଟି’ ମିଳିଥିଲା। ଏହାପରେ ଭାଇଜାଗର ଜଣାଶୁଣା ସାପ ଧରାଳିଙ୍କୁ ଡକାଯାଇ ସୁରକ୍ଷିତ ଭାବେ ବ୍ୟାଗ ଖୋଲାଯାଇଥିଲା। ସେଥିରେ ଝିଟିପିଟି ଥିବା ଦେଖିବାକୁ ମିଳିଥିଲା।

ତେବେ ସେହି ଦୁଇ ଯାତ୍ରୀଙ୍କୁ ଗିରଫ କରାଯାଇ ବିଶାଖାପାଟନମ୍ ଜେଲକୁ ପଠାଯାଇଅଛି। ପରେ ଭାଇଜାଗରୁ ଅନ୍ୟ ଏକ ବିମାନରେ ଏହି ୬ଟି ଝିଟିପିଟିକୁ ଥାଇଲ୍ୟାଣ୍ଡକୁ ଫେରାଇ ଦିଆଯାଇଛି।

 

 

Comments are closed.