Latest Odisha News

ହାଇଦ୍ରାବାଦର ନଗ୍ନ ଚିତ୍ର: ଲାଗେ ଝିଅ ବଜାର, ବିବାହ ବିଚ୍ଛେଦ ସାଙ୍ଗକୁ ନୋଟ୍ ବିଡା

ନୂଆଦିଲ୍ଲୀ: ଏକ ଏମିତି ବଜାର ଯେଉଁଠି ପନିପରିବା କି ସଉଦା ମିଳେନାହିଁ । ମିଳନ୍ତି ଝିଅ । ତାହା ପୁଣି ନାବାଳିକା । ବାପା ମାଙ୍କ ଇଚ୍ଛାରେ ବଳିପଡନ୍ତି । ୧୪, ୧୫ ବର୍ଷ ବୟସରେ ବାପା ମା’ ସେମାନଙ୍କୁ କିଛି ଟଙ୍କା ବଦଳରେ ଅରବପତି ଶେଖଙ୍କ ହାତକୁ ଟେକି ଦିଅନ୍ତି । ଯିଏ ସେମାନଙ୍କ ଠାରୁ ବୟସରେ ୪ ଗୁଣ ବଡ । ରୋଚକ କଥା ହେଉଛି, ଏହା କୌଣସି ମୁସଲିମ ଦେଶ କିମ୍ବା କୌଣସି ବାହାର ଦେଶରେ ନୁହେଁ, କିଛି ଏମିତି ଘଟଣା ଘଟୁଛି ଆମ ଦେଶ ଭାରତରେ । ଯେଉଁଠି ଝିଅଙ୍କୁ ଲକ୍ଷ୍ମୀ ଭଳି ବିବେଚନା କରାଯାଇ ସେମାନଙ୍କ ପାଇଁ ଅନେକ ସଂସ୍କରଣ ଅଣାଯାଉଛି, ସେଠି କିଛି ମାତ୍ର ମୂଲ୍ୟ ବଦଳରେ ଝିଅମାନଙ୍କୁ ବୟସ୍କ ଅରବପତି ଶେଖ୍ ହାତକୁ ଟେକିଦେଉଛନ୍ତି କିଛି ମୁସଲିମ୍ ପରିବାର । ତାହା ପୁଣି ହାଇଦ୍ରାବାଦ୍ ଭଳି ଏକ ଚଳଚଞ୍ଚଳ ସହରରେ ।

ତେବେ ଏ କାହାଣୀ ଆଜିର ନୁହେଁ, ଏହାର ଆରମ୍ଭ ଶତାବ୍ଦୀ ପୂର୍ବରୁ, ଯେତେବେଳେ ଇସଲାମ ଦେଶରେ ଦୀର୍ଘ ଦିନ ଧରି ଯୁଦ୍ଧ ଲାଗି ରହୁଥିଲା । ଲୋକମାନେ ବ୍ୟବସାୟ ପାଇଁ ବହୁ ଦୂର ଯାତ୍ରା କରୁଥିଲେ । ସେତେବଳେ ଆରମ୍ଭ ହୋଇଥିଲା ଏହି ମୁତା ବିବାହ ବା କଣ୍ଟ୍ରାକ୍ଟି ମ୍ୟାରେଜ୍ । ଏହି ଆରବି ଶବ୍ଦ ‘ମୁତା’, ଅର୍ଥ ହେଉଛି, ଯାହାର ଆନନ୍ଦ ନିଆଯାଇପାରିବ । ଏହା ଏକପ୍ରକାରର ଅସ୍ଥାୟୀ ବିବାହ ଥିଲା । ଯେଉଁ ବିବାହ ବହୁଳ ଭାବରେ ଯାଯାବର ଲୋକ କିମ୍ବା ଯୁଦ୍ଧ ଭୂମିକୁ ଯାଉଥିବା ପୁରୁଷମାନେ କରୁଥିଲେ । ତେବେ ଧିରେ ଧିରେ ସମୟ ଅନୁସାରେ ଆରବ ଦେଶଗୁଡିକରେ ଏହି ପ୍ରଥା ଥମିଗଲା । ହେଲେ ଏହାର ଏକ ନକରାତ୍ମକ ଛାପ ଛାଡିଗଲା ଭାରତ ଭଳି କିଛି ଦେଶମାନଙ୍କରେ । ଯାହା ଏବେ ବି କିଛି ଅରବପତିଙ୍କ ଠିକଣା ହୋଇ ରହିଯାଇଛି ।

ତେଲେଙ୍ଗାନା ରାଜ୍ୟର ଜଣାଶୁଣା ସହର ହାଇଦ୍ରାବାଦ୍ । ରାତି ପାହିଲେ ଏହି କୋଳାହଳ ଲାଗିରୁହେ । ହେଲଷ ହାଇଦ୍ରାବାଦର ଶାହିନ୍ ନଗର, ହସନ୍ ନଗର, ୟାକୁବ ପୁରି, ବାରକାସ୍, ଚାରମିନାର ଏବଂ ବଟ୍ଟାପଲ୍ଲି ଭଳି କିଛି ଇଲାକା ରହିଛି, ଯେଉଁଠିକି ବୟସ୍କ ଶେଖଙ୍କ ଯିବା ଆସିବା ଲାଗିରୁହେ । କିନ୍ତୁ ଏହାକୁ ଛାଡି ଏବେ ଟୋଲି ଚୌକରେ ଏକ ନୂଆ ଟ୍ରେଣ୍ଡ ଆରମ୍ଭ ହୋଇଛି । ଏଠି ସୁଦାନ୍, ସୋମଲିଆରୁ ଆସୁଥିବା ମୁସଲିମ ନାଗରିକଙ୍କ ଡେରା ପଡୁଛି । ବୟସ କମ୍, ମସକୁଲାର୍, ଏମାନଙ୍କ ପାଖରେ ପଇସା କମ୍ ହେଲେ ଏମାନେ ବି କଣ୍ଟ୍ରାକ୍ଟ ମ୍ୟାରେଜ କରୁଛନ୍ତି ।

ତେବେ ଆହୁରି ସବୁଠୁ ଆଶ୍ଚର୍ଯ୍ୟ କଲା ଭଳି କଥା ହେଉଛି ଏହି ରାକେଟର ଜଣେ ଜଣେ ଏଜେଣ୍ଟ ବି ରହିଛନ୍ତି । ଯେଉଁମାନଙ୍କୁ ଜଣେ କେଉଁ ଘରେ ଏବଂ କାହାର କାହାର ସୁନ୍ଦର ସୁନ୍ଦର ଝିଅ ରହିଛନ୍ତି । ତାଙ୍କ ସହ ବିଭିନ୍ନ ଗଳିର ବରିଷ୍ଠ ମହିଳାଙ୍କ ସଂପର୍କ ରହିଥାଏ । ଫୋନ୍ କଲ୍ ମାଧ୍ୟମରେ ସେମାନେ ପରସ୍ପର ସହ କଥା ହୋଇ ଡିଲ୍ ଫିକ୍ସ କରନ୍ତି । ତେବେ ଏମାନଙ୍କୁ ମଧ୍ୟରୁ ଅଧିକ ମହିଳା, ମୁତା ବ୍ୟବହାରର ଶିକାର ହୋଇଥିବା ବେଳେ ପରେ ସେମାନେ ଅନ୍ୟ ଝିଅମାନଙ୍କୁ ଆଣିବାରେ ଯୋଗାଡିଆ ସାଜିଥାନ୍ତି ।

ତେବେ ସେପରି ଏକ କାହାଣୀ ହେଉଛି ବର୍ତ୍ତମାନ ବାଣିଜ୍ୟର ଶେଷ ବର୍ଷରେ ପଢୁଥିବା ୨୧ ବର୍ଷର ଛାତ୍ରୀ ତସଲିମା ବେଗମଙ୍କର । ଏବେ ସିଏ ସ୍ବାଧୀନ । ନିଜ ଗୋଡରେ ନିଜେ ଛିଡା ହୋଇଛନ୍ତି ।  କିନ୍ତୁ ମାତ୍ର ୧୪ ବର୍ଷ ବୟସରେ, ତସଲିମା ଜଣେ ୬୦ ବର୍ଷ ବୟସ୍କର ସୁଦାନିସ୍ ମୁସଲିମ ଶେଖକୁ ବିବାହ କରିଥିଲେ । ଯିଏ ତାଙ୍କୁ ତାଙ୍କ ପରିବାରଙ୍କ ଠାରୁ ୪୦, ୦୦୦ ଟଙ୍କା ବଦଳରେ କିଣିଥିଲେ । ତସଲିମା ଦାରିଦ୍ର୍ୟରେ ପୀଡିତ ତାଙ୍କ ମା’ଙ୍କ ଦୁଃଖ  ଏବଂ ମଦ୍ୟପ ବାପାଙ୍କ ଅବସ୍ଥା ଦେଖି ସାହାଯ୍ୟ ପାଇଁ ଏହି ଚୁକ୍ତିଭିତ୍ତିକ ବିବାହରେ ରାଜି ହୋଇଥିଲେ। କିନ୍ତୁ ତାଙ୍କ ଭାଗ୍ୟ ବଶତଃ, ତାଙ୍କ ବିବାହ ରାତିରେ ପୋଲିସ ଉକ୍ତ ହୋଟେଲ ଉପରେ ଚଢାଉ କରିବା ପରେ ତସଲିମା ଉଦ୍ଧାର ହୋଇଥିଲେ ।

IMG_20200123_154623.jpg

ଏମିତି ପ୍ରତିଦିନ ଅନେକ ଗରିବ ମୁସଲିମ ପରିବାର ଚାପରେ ପଡି, ଗରିବୀର ବଶବର୍ତ୍ତି ହୋଇ, ତାଙ୍କ ନାବାଳିକା ଝିଅମାନଙ୍କୁ ବୟସ୍କ ଶେଖ୍ ମାନଙ୍କ ହାତକୁ ଟେକିଦେଉଛନ୍ତି । ପୋଲିସ୍ ମଧ୍ୟ ବିଭିନ୍ନ ସମୟରେ ଚଢାଉ କରି ଅନେକ ଶେଖଙ୍କୁ ଗିରଫ କରୁଛି । ହେଲେ ଏବେ ବି ସଚେତନତା ଅଭାବରୁ ବଳି ପଡୁଛନ୍ତି ନିରୀୟ ମୁସଲିମ୍ ନାବାଳିକା ।

Leave A Reply

Your email address will not be published.