ଲଣ୍ଡନ: ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଜୋ ରୁଟ ଏବେ ଜବରଦସ୍ତ ଫର୍ମରେ ଅଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟରେ ଶତକ ହାସଲ କରିବା ସେ ଏବେ ରେକର୍ଡ ଉପରେ ରେକର୍ଡ ସୃଷ୍ଟି କରିବାରେ ଲାଗିଛନ୍ତି । ଟେଷ୍ଟ ଇତିହାସରେ ସର୍ବାଧିକ ଶତକ ହାସଲରେ ସେ ଏବେ ୫ମ ସ୍ଥାନରେ ରହିଛନ୍ତି । ସେ ୩୬ ଶତକ ସହ ରାହୁଲ ଡ୍ରାଭିଡଙ୍କ ସହ ସମକକ୍ଷ ହୋଇଛନ୍ତି । ଭାରତର ସଚିନ ତେନ୍ଦୁଲକର ୫୧ ଶତକ ସହ ତାଲିକାରେ ଶୀର୍ଷ ସ୍ଥାନରେ ରହିଛି । ତାଙ୍କ ପଛକୁ ଜ୍ୟାକ କାଲିସ (୪୫), ରିକି ପଂଟିଂ (୪୧) ଓ କୁମାର ସଙ୍ଗକାରା ୩୮ ଶତକ ସହ ତାଙ୍କଠାରୁ ଆଗରେ ରହିଛନ୍ତି । ଏହା ବ୍ୟତୀତ ୨୦୨୧ ପରଠାରୁ ସେ ଟେଷ୍ଟ କ୍ରିକେଟରେ ସର୍ବାଧିକ ଶତକ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି ।
ସେ ଏହି ସମୟ ମଧ୍ୟରେ ୧୯ ଶତକ ମାରିଛନ୍ତି । ୯ ଶତକ ସହ କେନ ୱିଲିୟମସନ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ହ୍ୟାରୀ ବ୍ରୁକ ୮ଟି ଏବଂ ଲାବୁଶେନ, ଉସମାନ ଖ୍ୱାଜା ଓ ଦିମୁଥ କରୁଣାରତ୍ନେ ୪ଟି ଲେଖାଏଁ ଶତକ ହାସଲ କରିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟରେ ୱିଲିୟମ ଓରାକେଙ୍କ ବଲରେ ରିଭର୍ସ ସ୍କୁପ ଶଟ ଖେଳି ରୁଟ ସମ୍ପୂର୍ଣ୍ଣ ଷ୍ଟାଇଲରେ ତାଙ୍କ ଶତକ ପୂରଣ କରିଥିଲେ । ଭାରତର ବିରାଟ କୋହଲି ୩୦ ଶତକ ହାସଲ କରିଛନ୍ତି ।
Comments are closed.