Latest Odisha News

ବାସ୍ତୁ ଟିପ୍ସ : ଘରର କେଉଁ ଦିଗରେ ଦର୍ପଣ ରଖିବା ଉଚିତ୍

ଭୁବନେଶ୍ବର: ଏକ ଦର୍ପଣକୁ ସଠିକ୍ ଦିଗରେ ରଖିବା ଦ୍ୱାରା ସୁଖ -ସୌଭାଗ୍ୟ ବଢିଥାଏ ବୋଲି ବିଶ୍ୱାସ କରାଯାଏ | ଯଦି ସେହି ଦର୍ପଣକୁ ଭୁଲ ଦିଗରେ ରଖାଯାଏ ତେବେ ବାସ୍ତୁ ଦୋଷ ଉତ୍ପନ ହୋଇଥାଏ ।
ବାସ୍ତୁଶାସ୍ତ୍ରରେ ଦିଗ ବହୁତ ଗୁରୁତ୍ଵ ବହନ କରେ । ଆସନ୍ତୁ ଜାଣିବା ଘରରେ ଦର୍ପଣ ରଖିବାର ବାସ୍ତୁ ନିୟମ ସମ୍ବନ୍ଧରେ..

  • ବାସ୍ତୁ ଅନୁସାରେ ଘରେ ସର୍ବଦା ଉତ୍ତର କିମ୍ବା ପୂର୍ବଦିଗରେ ଦର୍ପଣ ରଖିବା ଉଚିତ୍ । ଉତ୍ତର-ପୂର୍ବ ଦିଗରେ ଦର୍ପଣ ରଖିବା ଦ୍ବାରା ଧନ ଆକର୍ଷିତ ହୋଇଥାଏ ।
  • ଧନ ଲାଭ ପାଇଁ ଉତ୍ତର କିମ୍ବା ପୂର୍ବ ଦିଗରେ ଦର୍ପଣ ଲଗାଇବା ଲାଭଦାୟକ ଅଟେ ।
  • ବାସ୍ତୁ ଅନୁସାରେ ଘରେ ଧୁଆଁଳିଆ, ଅସନା କିମ୍ବା ଭଙ୍ଗା ଦର୍ପଣ ଲଗେଇବା କଥା ନୁହେଁ । ଏପରି ଦର୍ପଣ ଲଗାଇଲେ ଘର ତଥା ଘରର ସମସ୍ତ ସଦସ୍ୟଙ୍କ ସମୃଦ୍ଧିରେ ବାଧା ସୃଷ୍ଟି ହୋଇଥାଏ ।
  • ଘରର ପଶ୍ଚିମ ଓ ଦକ୍ଷିଣ କାନ୍ଥରେ ଦର୍ପଣ ଲଗାଇବା ଅନୁଚିତ୍ । ଏହି କାନ୍ଥରେ ଲଗାଇଲେ ପରିବାରରେ ଅଶାନ୍ତି ସୃଷ୍ଟି ହୁଏ ।
  • ଏଥିସହ ବାସ୍ତୁ ଅନୁସାରେ ରୋଷେଇଘରେ ଦର୍ପଣ ଲଗାଇବା ଶୁଭଦାୟକ ନୁହେଁ । କୁହାଯାଏ ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ । ସେହିପରି ବେଡରୁମରେ ବି ଦର୍ପଣ ଲଗାନ୍ତୁ ନାହିଁ । ଦର୍ପଣରେ ବେଡ୍ ର ପ୍ରତିବିମ୍ବ ପଡିଲେ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ ।

Comments are closed.