Latest Odisha News

କୁକୁର କାହିଁକି ରାତିରେ କାନ୍ଦେ ଆସନ୍ତୁ ଜାଣିବା..

ଭୁବନେଶ୍ବର : ଆମମାନେ ଭାବିଥାଉ କୁକୁର କାନ୍ଦିଲାମାନେ କିଛି ଅଶୁଭ ହେବ ଅବା କୁକୁର ଭୂତପ୍ରେତ ଦେଖି କାନ୍ଦୁଛି । ବାସ୍ତବରେ କୁକୁରମାନେ ରାତିରେ କାହିଁକି କାନ୍ଦନ୍ତି ଆସନ୍ତୁ ଜାଣିବା..

-କୁକୁରମାନେ ରାତିରେ ଭୁକନ୍ତି ଏହାର ଅର୍ଥ ହେଲା ସେମାନେ କୌଣସି ଖବର ସଂପର୍କରେ ଜଣାଇବା ପାଇଁ ଚାହୁଁଛନ୍ତି ।

-କୁକୁର ରାତିରେ ଭୁକିଥାଏ କାରଣ ସେ ନିଜର ଉପସ୍ଥିତିକୁ ତାର ଅନ୍ୟ ସାଥୀକୁ ଜଣାଇବା ପାଇଁ । ଅନ୍ୟ ସାଥୀ କୁକୁରଟି ଯେତେବେଳେ କେଉଁଠି ଅଛି ଜାଣି ଯାଏ ସେ ମଧ୍ୟ ଅନୁରୂପ ଭାବେ ଭୁକି ଥାଏ ।

-ଯଦି କୌଣସି କୁକୁର କୌଣସି ପ୍ରକାର ଯନ୍ତ୍ରଣାରେ ଥାଏ ତେବେ ସେ ଅନ୍ୟମାନଙ୍କଠାରେ ପ୍ରକାଶ କରିବାକୁ ବି ଭୁକି ଥାଏ ।

-କୁକୁରମାନେ ଏକା ରହିବାକୁ ପସନ୍ଦ କରନ୍ତି ନାହିଁ , ସେମାନେ ସବୁବେଳେ ଏକ ଗୋଷ୍ଠୀ ହୋଇ ରହିଥାନ୍ତି । ଯଦି କୌଣସି କୁକୁର ସେମାନଙ୍କ ଗ୍ରହଣରୁ ଦୂରେଇ ଯାଏ କିମ୍ବା ଅନୁପସ୍ଥିତ ରହେ, ତେବେ ମଧ୍ୟ କକୁରମାନେ ଭୁକି ତାକୁ ଡାକିଥାନ୍ତି ।

-ଯାହାକୁ ମନୁଷ୍ୟ ଦେଖିବାରେ ଅସମର୍ଥ ଅଟେ ତାକୁ କିନ୍ତୁ କୁକୁର ଭଲଭାବେ ଦେଖିପାରେ । କୁକୁରମାନେ ଭୁତ-ପ୍ରେତ ତଥା ବିଭିନ୍ନ ନକରାତ୍ମକ ଶକ୍ତି ଉପସ୍ଥିତି ସଂପର୍କରେ ଆଭାସ ପାଇଯାଆନ୍ତି ତେଣୁ ସେମାନେ ଭୁକି ଅନ୍ୟମାନଙ୍କୁ ସେମାନଙ୍କର ଉପସ୍ଥିତି ସଂପର୍କରେ ଜଣାଇବାକୁ ଚେଷ୍ଟା କରିଥାନ୍ତି ।

 

 

Leave A Reply

Your email address will not be published.