Latest Odisha News

BREAKING NEWS

ଘରୋଇ ହସ୍ପିଟାଲ୍‌ରେ ବଡ ଧରଣର ଅଗ୍ନିକାଣ୍ଡ, ୭ ମୃତ, ୨୦ ଆହତ

ଚେନ୍ନାଇ: ତାମିଲନାଡ଼ୁର ଏକ ଘରୋଇ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ । ନିଆଁରେ ଜଳି ୭ ମୃତ, ୨୦ ଆହତ । ଗତକାଲି ବିଳମ୍ବିତ ରାତିରେ ଡିଣ୍ଡିଗୁଲର ଏକ ଅର୍ଥୋପେଡିକ୍ ହସ୍ପିଟାଲ୍‌ରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୨ ମହିଳା ଓ ଜଣେ ଶିଶୁ ଥିବା ନେଇ ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ଅଗ୍ନିଶମ ବାହିନୀ ।

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୦ଟା ସମୟରେ ତାମିଲନାଡୁର ଡିଣ୍ଡିଗୁଲର ଏକ ଘରୋଇ ହସ୍ପିଟାଲରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ଅଗ୍ନିଶମ ବାହିନୀ। ରିପୋର୍ଟ ଅନୁଯାୟୀ, ଡାକ୍ତରଖାନାରେ ଫସି ରହିଥିବା ପ୍ରାୟ ୧୦୦ ଲୋକଙ୍କୁ ଉଦ୍ଧାର କରିବା ପାଇଁ ତିନୋଟି ଅଗ୍ନିଶମ ବାହିନୀ ଗାଡି ନିୟୋଜିତ ହୋଇଥିଲା । ସେହିପରି ଲୋକଙ୍କୁ ସ୍ଥାନାନ୍ତର ପାଇଁ ୪୦ଟି ଆମ୍ବୁଲାନ୍ସ ନିୟୋଜିତ ହୋଇଥିଲା ।

ଅଗ୍ନିକାଣ୍ଡରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଏବଂ ୩ଜଣ ମହିଳା ଅଛନ୍ତି । ସେପଟେ ଆହତଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡିନଥିବା ବେଳେ ପ୍ରାରମ୍ଭିକ ରିପୋର୍ଟରୁ ସର୍ଟସର୍କିଟ କାରଣରୁ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି ।

 

Comments are closed.