Latest Odisha News

BREAKING NEWS

ଭାରତରେ ଥରେ ନୁହେଁ ୫ଥର ପାଳନ ହୁଏ ନୂଆବର୍ଷ

ନୂଆଦିଲ୍ଲୀ; ଆଉ ଦିନ କେଇଟାରେ ସରିଯିବ ବର୍ଷ ୨୦୨୪ । ନୂଆ ଉନ୍ମାଦନା ଓ ନୂଆ ଆଶା ନେଇ ପୁଣି ଆସିବ ଆଉ ଏକ ବର୍ଷ, ନୂଆ ବର୍ଷ । ସବୁକିଛି ଲାଗିବ ନୂଆ ନୂଆ । ପୁରୁଣାକୁ ବିଦାୟକାଳୀନ ଦୁଃଖ ଓ ନୂଆକୁ ସ୍ୱାଗତ କରିବାର ଆନନ୍ଦରେ ମନ ଓ ହୃଦୟ ଖୋଜିବ କିଛି ନୂଆ ସମ୍ଭାଷଣ । ଆଉ ଏହାରି ଭିତରେ ପୁରୁଣାକୁ ଭୁଲି କିଛି ନୂଆ କରିବାର ଅଭିପ୍ରାୟ ବସାବାନ୍ଧିବ ମନରେ । ନୂଆବର୍ଷ ଅନେକ ନୂଆ ଉତ୍ସାହ ଓ ନୂଆ ଆନନ୍ଦ ନେଇ ଆସେ । ଆଉ ଏଇ ଦିନକୁ ଲୋକେ ଅତି ଉତ୍ସାହର ସହ ଅପେକ୍ଷା କରିଥାନ୍ତି l ତେବେ ଆପଣ କଣ ଜାଣିଛନ୍ତି ଯେ ଭାରତରେ ନୂଆବର୍ଷ ଥରେ ନୁହେଁ ବରଂ ପାଞ୍ଚଥର ପାଳନ କରାଯାଏ।

ଖ୍ରୀଷ୍ଟିଆନ ନୂତନ ବର୍ଷ; ୧୫ ଅକ୍ଟୋବର ୧୫୮୨ ରୁ ଜାନୁଆରୀ ୧ କୁ ନୂଆବର୍ଷ ଭାବେ ପାଳନ କରାଯାଉଛି l ଏମାନଙ୍କର କ୍ୟାଲେଣ୍ଡରର ନାମ ହେଉଛି ଗ୍ରେଗୋରିଆନ୍ କ୍ୟାଲେଣ୍ଡର l ବିଶ୍ୱାସ କରାଯାଏ ଯେ ଜୁଲିୟସ୍ ସିଜର ଖ୍ରୀଷ୍ଟପୂର୍ବ ୪୫ ରେ ଜୁଲିୟନ୍ କ୍ୟାଲେଣ୍ଡର ସୃଷ୍ଟି କରିଥିଲେ। ସେବେଠାରୁ ଖ୍ରୀଷ୍ଟିଆନ ନୂତନ ବର୍ଷ ପାଳନ କରିବାର ପରମ୍ପରା ରହିଆସିଛି।

ହିନ୍ଦୁ ନୂତନ ବର୍ଷ; ହିନ୍ଦୁମାନଙ୍କର ନୂଆବର୍ଷ ଚୈତ୍ର ମାସର ଶୁକ୍ଳ ପ୍ରତୀପଦା ଠାରୁ ଆରମ୍ଭ ହୋଇଥାଏ l ଏହି ଦିନକୁ ହିନ୍ଦୁ ନବ ବର୍ଷ କୁହାଯାଏ l ବିଶ୍ୱାସ କରାଯାଏ ଯେ ଭଗବାନ ବ୍ରହ୍ମା ଏହି ଦିନ ସୃଷ୍ଟି ସର୍ଜନା କରିଥିଲେ। ଏହା ଭାରତର ଅନେକ ଅଞ୍ଚଳରେ ଗୁଡ଼ି ପଡୱା ଏବଂ ଉଗାଡି ନାମରେ ପାଳନ କରାଯାଏ l

ପଞ୍ଜାବୀ ନୂଆ ବର୍ଷ: ପଞ୍ଜାବରେ ନୂଆବର୍ଷ ବୈଶାଖୀ ପର୍ବ ଭାବରେ ପାଳନ କରାଯାଏ l ବୈଶାଖୀର ଏହି ପର୍ବ ମାର୍ଚ୍ଚ କିମ୍ବା ଏପ୍ରିଲ ମାସରେ ପାଳନ କରାଯାଏ l ଏହି ସମୟ ମଧ୍ୟରେ ସମସ୍ତ ଗୁରୁଦ୍ୱାରରେ ମେଳା ଆୟୋଜିତ ହୋଇଥାଏ l

ଜୈନ ନୂଆ ବର୍ଷ: ଜୈନ ସମ୍ପ୍ରଦାୟର ଲୋକମାନେ ଦୀପାବଳିର ପରଦିନକୁ ସେମାନଙ୍କର ନୂତନ ବର୍ଷ ଭାବେ ପାଳନ କରନ୍ତି l ଏହି ଦିନଠାରୁ ସେମାନଙ୍କର ନବ ବର୍ଷ ଆରମ୍ଭ ହୋଇଥାଏ l

ପାର୍ସୀ ନୂଆ ବର୍ଷ: ପାର୍ସୀ ଧର୍ମର ନୂତନ ବର୍ଷ ନବରୋଜ ପର୍ବ ଭାବରେ ପାଳନ କରାଯାଏ l ନବରୋଜ ସାଧାରଣତ ଅଗଷ୍ଟ ୧୯ରେ ପାଳନ କରାଯାଏ l ଶାହା ଜାମସେଦଜୀ ୩ ହଜାର ବର୍ଷ ପୂର୍ବେ ନବରୋଜ ଉତ୍ସବ ପାଳନ କରିବା ଆରମ୍ଭ କରିଥିଲେ।

Leave A Reply

Your email address will not be published.