Latest Odisha News

ଖୁସିରେ ରୁହ, ବିବାହ କରିନେବ; ଆତ୍ମହତ୍ଯା ପୂର୍ବରୁ ପ୍ରେମିକଙ୍କ ପାଇଁ ଭିଡିଓ ବାର୍ତ୍ତା… 

ସୁରଟ: ଗୁଜୁରାଟର ପାଲନପୁରସ୍ଥିତ ଅଞ୍ଚଳରେ ଜଣେ ୨୭ ବର୍ଷୀୟା ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି। ଏହା ପୂର୍ବରୁ ସେ ତାଙ୍କ ପ୍ରେମିକଙ୍କ ଉଦ୍ଦେଶ୍ଯରେ ଦୁଇଟି ଭିଡିଓ ରେକର୍ଡିଂ କରିଥିବା ଜଣାପଡିଛି।

ପୋଲିସର ସୂଚନାନୁସାରେ ଉକ୍ତ ଯୁବତୀଙ୍କ ନାମ ରାଧା। ଯିଏକି  ତାଙ୍କ ଭଉଣୀଙ୍କ ସହ ପାଲନପୁରର ତାଜପୁରା ଅଞ୍ଚଳରେ ରହିବା ସହ ସେଠାରେ ଏକ ବିୟୁଟି ପାର୍ଲର ଚଲାଉଥିଲେ। ତେବେ ସୋମବାର ଦିନ ତାଙ୍କ ଭଉଣୀ ରାଧାଙ୍କୁ ରୁମ ମଧ୍ୟରେ ଝୁଲନ୍ତା ଅବସ୍ଥାରେ ଦେଖି ତୁରନ୍ତ ଡାକ୍ତରଖାନାକୁ ନେଇଯାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ଆତ୍ମହତ୍ୟା କରିବା ପୂର୍ବରୁ ସେ ଦୁଇଟି ଭିଡିଓ ରେକର୍ଡିଂ କରିଥିଲେ ଯାହାର ଅବଧି ଦୁଇ ମିନିଟରୁ ଉର୍ଦ୍ଧ୍ବ ଥିଲା। ଭିଡିଓରେ ସେ ତାଙ୍କ ପ୍ରେମିକଙ୍କ ଉଦ୍ଦେଶ୍ଯରେ କହିଛନ୍ତି ଯେ, “ତୁମକୁ ନ କହି ଏହିପରି ଭୁଲ ପଦକ୍ଷେପ ନେଇଥିବାରୁ ମତେ କ୍ଷମା କରିଦେବ। ତୁମେ ଦୁଃଖି ନହୋଇ ନିଜ ଜୀବନରେ ଆଗକୁ ବଢିବ ଓ ବାହା ହୋଇ ଘରସଂସାର କରିବ। ତୁମେ ଖୁସିରେ ରହିଲେ ମୋ ଅତ୍ମାକୁ ଶାନ୍ତି ମିଳିବ ଓ ଦୁଃଖରେ ରହିଲେ ଆତ୍ମା ଶାନ୍ତି ପାଇବ ନାହିଁ”।

ତେବେ ସେ ନିଜ ଘରେ ହେଉଥିବା ପ୍ରତିଦିନର ଅଶାନ୍ତି ଓ ଝଗଡାରୁ ହାରିଯାଇ ଏଭଳି ନିଷ୍ପତ୍ତି ନେଇଥିବା କଥା କହିଛନ୍ତି।

Comments are closed.